ଢ଼େଙ୍କାନାଳ : ସମାଜ ସେଵିକା ଶ୍ରୀମତି ବନିତା ରାଣୀ ଦାସ୍ ଏବଂ ଜନମଙ୍ଗଳ (ରସୋଳ)ସଂଗଠନ ର ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୁରୀ ସ୍ଥିତ ବଳିଆ ପଣ୍ଡା ବସ୍ତି ର ଆର୍ଥିକ ଅନଗ୍ରସର ଆବାଳବୃଦ୍ଧ ବନିତା ମାନଙ୍କୁ ଜନ ମଙ୍ଗଳ (ରାସୋଳ) ସଂଗଠନ ଦ୍ବାରା ସଂଗୃହୀତ ନୂତନ ଏବଂ ବ୍ୟବହାର ଯୋଗ୍ୟ ବସ୍ତ୍ର ତଥା କିଛି ଶୀତ ବସ୍ତ୍ର ବଣ୍ଟନ କରାଯାଇଛି। ପ୍ରକାଶ ଥାଉ କି ସମାଜସେଵିକା ବନିତା ରାଣୀ ସାହୁ ଙ୍କର ଆଜି ବିବାହ ବାର୍ଷିକୀ ଅବସରରେ ଜନ ମଙ୍ଗଳ (ରାସୋଳ) ତରଫ ରୁ ଶୁଭେଛା ଓ ଶୁଭକାମନା ଜଣାଇବା ସହିତ ସୂଦୁର ପୂରୀ ରେ ଏତାଦୃଶ ସେବା କାର୍ଯ୍ୟ ସମ୍ପାଦିତ ହୋଇଥିବାରୁ ଜୀବନ ରେ ଏହା ସବୁଠାରୁ ବଡ଼ ଉପହାର ବୋଲି ନିଜେ ସମାଜ ସେବିକା ଶ୍ରୀମତି ସାହୁ ମତ ବ୍ୟକ୍ତ କରି ଥିବା ବେଳେ ନିଜର ଖୁସି ଜାହିର କରିଥିଲେ। ଅସହାୟ ବସ୍ତ୍ରହୀନ ମାନଙ୍କ ମୁହଁ ରେ ହସ ଫୁଟେଇ ବାର ପ୍ରୟାସ କୁ ଭୂୟସୀ ପ୍ରଶଂସା କରିଥିଲେ। ଏତାଦୃଶ ସେବା କାର୍ଯ୍ୟ ଜନ ମଙ୍ଗଳ (ରାସୋଳ)ସଂଗଠନ ର ସଭାନେତ୍ରୀ ନିରୁପମା ମିଶ୍ର,ସମ୍ପାଦକ ପ୍ରଦୀପ ନାୟକ, ସଂଯୋଜକ ଚନ୍ଦନ ସାହୁ,ସେବକ ଶୀତାସୁଂ ପଣ୍ଡା ଓ ପୁରୀ ସହର ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନବ ସେବା ସଂଗଠନ ର ଆଲୋକ ଭାଇ,ଅଶୋକ ଭାଇ ଙ୍ଗର ନିଃସ୍ଵାର୍ଥପର ସହଯୋଗ ରେ ସଫଳତା ର ସହ ସମ୍ପାଦିତ ହୋଇଥିଲା।ପରିଶେଷ ରେ ବସ୍ତି ର ପାଠ ପଢୁଆ ପିଲା ମାନଙ୍କୁ ଦୁଇଟି ଲେଖାଏଁ ପେନ୍ ପ୍ରଦାନ କରା ଯାଇଥିଲା। ଆଗାମୀ ଦିନରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (,ଜନ ମଙ୍ଗଳ) ତରଫରୁ ମୋ ଗାଁ ମୋ ସମ୍ମାନ ଅଭିଯାନ ମାଧ୍ୟମରେ ସାରା ଓଡ଼ିଶାରେ ସେବା କୁ ବ୍ୟାପକ କରାଯିବା ସହିତ ସର୍ବ ସାଧାରଣ ରେ ପ୍ରତିଷ୍ଠାତା ବିଭୁ ଶତପଥୀ ସହଯୋଗ ଭିକ୍ଷା କରିଥିଲେ।