ଆମ୍ବେଦକରଙ୍କ ୬୮ ତମ ମହାପରାୟଣ ଦିବସରେ ମା’ଲଙ୍ଗବାଉତି ଟ୍ରକ୍ ଏବଂ ଟ୍ରଲର ମାଲିକ ସଂଘ ପକ୍ଷରୁ ରକ୍ତଦାନ ଶିବିର:୧୧୫ ୟୁନିଟ୍ ରକ୍ତ ସଂଗ୍ରହ !
ଢେଙ୍କାନାଳ: ଡାଃ. ଭୀମ ରାଓ ଆମ୍ବେଦକରଙ୍କ ୬୮ ତମ ମହାପରାୟଣ ଦିବସରେ ଆମ୍ବେଦକରସେବା ସଂଗଠନ ପ୍ରାଙ୍ଗଣରେ ମା’ ଲଙ୍ଗ ବାଉତି ଟ୍ରକ ଏବଂ ଟ୍ରଲର ମାଲିକ ଉନ୍ନୟନ ସଂଘ ପକ୍ଷରୁ ଏକ ରକ୍ତଦାନଶିବିର ଆୟୋଜନ କରାଯାଇଥିଲା । ଉକ୍ତ ରକ୍ତଦାନ ଶିବିର ରେ ୧୧୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲାା ଟାଟା ଷ୍ଟିଲ, ନରେନ୍ଦ୍ରପୁର, ମେରାମଣ୍ଡଳିର ସିଏସ୍ଆର୍ ମ୍ୟାନେଜର ସର୍ବେଶ୍ୱର ନାଥ ମୁଖ୍ୟ ଅତିଥି ଭାବେରକ୍ତଦାନ ଶିବିର ର କୁ ଉଦଘାଟନ କରିଥିଲେ ଏବଂ ଟାଟା କମ୍ପାନୀର କାର୍ଯ୍ୟରତ ଏସ୍ଜିବି ବ୍ରାଣ୍ଡ ସାଫୱେପି. ଲିଃର ମୁଖ୍ୟ ତୁଷାରକାନ୍ତ ଜେନା ଉପସ୍ଥିତ ରହି କମ୍ପାନୀର କର୍ମକର୍ତାମାନଙ୍କୁ ନେଇ ସୁପରିଚାଳନା କରିଥିଲୋ ସର୍ବ ପ୍ରଥମେ ବାବା ସାହେବ ଆମ୍ବେଦକର ଙ୍କର ପ୍ରତିମୂର୍ତି ରେ ମୁଖ୍ୟ ଅତିଥି ସଂଘ ସଭାପତି କୈଳାଶ ଚନ୍ଦ୍ରନାଏକ ଙ୍କ ନେତୃତ୍ୱରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଉକ୍ତ ରକ୍ତଦାନ ଶିବିର ଟି ସୁଚାରୁରୂପେ ସଂଘ ସଭାପତିନିର୍ଦ୍ଦେଶ କ୍ରମେ ସମାପନ ହୋଇଥିଲା । ସଂଘର ସମ୍ପାଦକ ରାମ ଚନ୍ଦ୍ର ପ୍ରଧାନ, ଉପସଭାପତି ବିରଂଚି ନାରାୟଣନାଏକ, କୋଷାଧକ୍ଷ ଟିଭୂ ବେହେରା, ମୁନା ନାଏକ, ମାନସ, ଦୁଷ୍ମନ୍ତ, କାଳିଆ, ବିମଲ, ଶେଖର, ଚନ୍ଦନମିଶ୍ର, ଶଙ୍କର ଗୁରୁ, ପାବନା ବେହେରା, ବିଭୁ ପ୍ରଶ୍ନ ପଟ୍ଟନାୟକ, ବିମଲ ନାଏକ, ପ୍ରଶାନ୍ତ ପଣ୍ଡା, ରଶ୍ମିରଞ୍ଜନନାଏକ, ସନ୍ତୋଷ ରାଜମଲ , ସାଗର ପ୍ରଧାନ, ସତ୍ୟମ୍ ନାଏକ ଓ ପ୍ରକାଶ ବାରିକ ସହଯୋଗ କରିଥିଲେ ।ରକ୍ତ ଭଣ୍ଡାର ଡା. ମୁକ୍ତିସୁଧା ଓ ଟେକ୍ନିସିଆନ୍ ଲକ୍ଷ୍ମୀ ପ୍ରିୟା ସାହୁ, ପରମାନନ୍ଦ ପଣ୍ଡା, ରାକେଶ ବେହେରା,ତପନ ଜେନା, ବରୁଣ ସାହୁ, ଅଜୟ ସ୍ୱାଇଁ ସହଯୋଗ କରିଥିଲେ । ଉକ୍ତ ରକ୍ତଦାନ ଶିବିରକୁ କୁଶୁପଙ୍ଗା ସରପଂଚବିବେକ ନାୟକ, ନରେନ୍ଦ୍ରପୁର ୧୪ ନମ୍ବର ୱାର୍ଡ଼ମେମ୍ବର ଲକ୍ଷ୍ମଣ ନାଏକ ଏବଂ ଆର୍ପିଆଇର ସଭାପତିହରିହର ନାଏକ ଉପସ୍ଥିତ ଥିଲେ । ଶେଷରେ ସଭାପତି କୈଳାଶ ଚନ୍ଦ୍ର ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣକରିଥିଲେ ।