ନୀତିଶିକ୍ଷା

୧- ଯଦି ଆପଣ ଘରର ଯେକୋୖଣସି ସ୍ଥାନରେ ଛେପ ପକାଇବାର ଅଭ୍ୟାସ ଥିବ, ଆପଣଂକୁ ବହୁ କଷ୍ଟରେ ମିଳିଥିବା ଯଶ,ସମ୍ମାନ ବେଶିଦିନ ଆପଣଙ୍କ ପାଖରେ ରହିବ ନାହିଁ।
ଏଣୁ ଏ କାର୍ଯ୍ୟ ବ୍ରେସିନ ରେ କରନ୍ତୁ ଦେଖିବେ ମାନ, ସମ୍ମାନ ଓ ଯଶ ରେ ଅଭିବୃଦ୍ଧି ହେବ।

୨- ଯେଉଁ ଲୋକମାନେ ଖାଇସାରିବା ପରେ ନିଜର ଅଇଁଠା ବାସନ ଛାଡ଼ିଦେଇ ପଳାନ୍ତି,ତାଙ୍କୁ ସଫଳତା ସ୍ଥାୟୀ ରୂପରେ ମିଳିନଥାଏ।
ବହୁତ କଠିନ ପରିଶ୍ରମ କଲେ ମଧ୍ୟ ନିଜର ନାମ କମେଇ ପାରନ୍ତି ନାହିଁ। ଯଦି ନିଜର ଅଇଁଠା ବାସନକୁ ତା ଜାଗାରେ ନେଇ ରଖିଦେବେ ତାହେଲେ ଚନ୍ଦ୍ର ଓ ଶନି ଙ୍କର ସମ୍ମାନ କରୁଛନ୍ତି ବୋଲି ଜାଣିବେ।
ଏହା ଦ୍ୱାରା ମାନସିକ ଶାନ୍ତି ବୃଦ୍ଧି ହୋଇଥାଏ ଓ ସବୁ ବଧାବିଗ୍ନ ଦୂର ହୋଇଥଏ।

୩- ଯେବେ ଆପଣଙ୍କ ଘରକୁ କେହି ବି ହୁଅନ୍ତୁ ବାହାର ଲୋକ ଆସିଛନ୍ତି (ସେ ଭିକାରୀ କିମ୍ବା କୁଣିଆ ହେଉ) ତାଙ୍କୁ ଶୁଦ୍ଧ ଥଣ୍ଡା ପାଣି ପିଇବାକୁ ସର୍ବ ପ୍ରଥମେ ଦିଅନ୍ତୁ,ଏହା କରିବା ଦ୍ୱାରା ଆପଣ ରାହୁଙ୍କୁ ସମ୍ମାନ କରୁଛନ୍ତି ବୋଲି ଜାଣନ୍ତୁ। ଏହା ଦ୍ୱାରା ଘରେ ରାହୁଙ୍କର ପ୍ରଭାବ ପଡି ନଥାଏ। ଆସୁଥିବା ସଙ୍କଟ ଦୂର ହୋଇଯାଏ।

୪- ଘରର ବୃକ୍ଷ ଲତାବି ଘରର ସଦସ୍ୟ ଭଳି। ତାଙ୍କର ସେବା ଓ ଯତ୍ନ କରିବାକୁ ପଡିଥାଏ। ଯେଉଁ ଘରେ ସଖାଳ ଓ ସନ୍ଧ୍ୟାରେ ବୃକ୍ଷ ଲତାରେ ପାଣି ଦିଆଯାଏ,ସେଠି ବୁଧ, ଚନ୍ଦ୍ର ଓ ସୂର୍ଯ୍ୟ ଙ୍କୁ ସମ୍ମାନ କରାଯାଉଛି ବୋଲି ଜାଣିବେ। ଯାହାଦ୍ୱାରା କୌଣସି ସଙ୍କଟ ସମୟରେ ତାକୁ ଦୃଢତାର ସହିତ ମୁକାବିଲା କରିବାକୁ ସାହସ ପାଇଥାଉଁ।
ସଙ୍କଟ ଦୁରେଇ ଯାଇ ଶାନ୍ତି ବିରାଜମାନ କରିଥାଏ।ଯେଉଁମାନେ ନିୟମିତ ଭାବରେ ବୃକ୍ଷ ଲତା ରେ ପାଣି ଦିଅନ୍ତି ସେମାନଙ୍କୁ Depression ଓ Anxiety ର ଶିକାର ହେବାକୁ ପଡି ନଥାଏ।

୫- ଯେଉଁମାନେ ବାହାରୁ ଆସି ନିଜର ଜୋତା,ଚପଲ,ମୋଜାକୁ ଏପଟ ସେପଟ କରି ପକେଇଥାନ୍ତି,ତାଙ୍କୁ ଶତ୍ରୁମାନେ ବହୁତ ଅସୁବିଧାରେ ପକେଇଥାନ୍ତି।ଏଥିରୁ ବଞ୍ଚିବାକୁ ହେଲେ ନିଜର ଜୋତା,ଚପଲ ଠିକ୍ ଜାଗାରେ ସଜାଡ଼ିକି ରଖନ୍ତୁ ଦେଖିବେ ଆପଣଙ୍କର ଯଶ,କୀର୍ତ୍ତି ଅକ୍ଷୁର୍ଣ୍ଣ ରହିବ।

୬- ଯେଉଁମାନେ ବିଛଣାକୁ ଅସଜଡା ଭାବରେ ପକେଇଥାନ୍ତି, ବିଛଣା ଛାଡ଼ିବା ପରେ ତକିଆ କେଉଁଠି ତ,ବେଡ଼ସିଟ କେଉଁଠି ତ କମ୍ବଳ କେଉଁଠି ପକେଇଦିଅନ୍ତି, ସେମାନଙ୍କୁ ରାହୁ ଓ ଶନି କୁଦୃଷ୍ଟି ପକାଇ ଥାନ୍ତି। ଯେଉଁଥିପାଇଁ କି ସେମାନେ ନିଜେ ଟେନସନ ରେ ରୁହନ୍ତି ଓ ଅନ୍ୟକୁ ମଧ୍ୟ ଟେନସନ ଦେଇ ଥାନ୍ତି। ତେଣୁ ନିଜର ବିଛଣାକୁ ସୁନ୍ଦର ଭାବରେ ସଜାଡ଼ିକି ରଖନ୍ତୁ ଦେଖିବେ ଜୀବନ ଆପଣଙ୍କର ବହୁତ ସୁନ୍ଦର ଭାବରେ ଗଢ଼ି ଉଠିବ।

୭- ନିଜର ଗୋଡ ଓ ପାଦ ଭଲ ଭାବରେ ସଫା ରଖନ୍ତୁ।
କିନ୍ତୁ ଆମେ ଏଥି ପ୍ରତି କେହି ଧ୍ୟାନ ଦିଅନ୍ତି ନାହିଁ। ଗାଧୋଇବା ସମୟରେ ନିଜର ପାଦକୁ ଭଲ ଭାବରେ ଧୁଅନ୍ତୁ। ବାହାରୁ ଆସିବା ସମୟରେ ଅତିକମରେ 5 minute ମୁହଁ,ହାତ,ପାଦ କୁ ଭଲ ଭାବରେ ଧୁଅନ୍ତୁ। ଯଦି ଆପଣ ଟିକିଏ କଥାରେ ଚିଡି ଯାଉଛନ୍ତି ତାହା ଦୁର ହୋଇଯିବ ଓ କ୍ରୋଧ ଧୀରେ ଧୀରେ କମିଯିବ।

୮—ଆପଣ ଯେତେବେଳେ ବାହାରୁ ଘରକୁ ଆସୁଛନ୍ତି ଖାଲି ହାତରେ ଆସନ୍ତୁ ନାହିଁ। ଏହାଦ୍ବାରା ଲଷ୍ମୀ ଦୂରେଇ ଯାଆନ୍ତି।ପ୍ରତିଦିନ ଘରକୁ କିଛି ନା କିଛି ଦ୍ରବ୍ୟ ନେଇକି ଆସନ୍ତୁ।ଏହା ନ କଲେ ଘର ଭିତରେ ନିରାଶ ର ବାତାବରଣ ସୃଷ୍ଟି ହୁଏ।
ପ୍ରତିଦିନ ଘରକୁ କିଛି ବସ୍ତୁ ଆଣିବା ଦ୍ୱାରା ଘରର ସମୃଦ୍ଧି ହୋଇ ଥାଏ। ଏପରି ଘରେ ସବୁବେଳେ ସୁଖ,ସମୃଦ୍ଧି ଏବଂ ଧନ ସବୁବେଳେ ବଢ଼ିବାରେ ଲାଗେ। ଘରେ ରହୁଥିବା ସଦସ୍ୟଙ୍କର ଉନ୍ନତି ହୋଇଥଏ।

୯- କେବେବି ଅଇଁଠା ଛାଡ଼ନ୍ତୁ ନାହିଁ,ଦେଖିବେ ଆପଣଙ୍କର ପଇସାର ଅଭାବ କେବେବି ଦେଖା ଦେବ ନାହିଁ।

Leave A Reply

Your email address will not be published.

18 + 9 =