ଢେଙ୍କାନାଳ ସାଂସଦଙ୍କ ପ୍ରଚେଷ୍ଟାରେ ଅଗ୍ନି ବିପନ୍ନ ପରିବାରଙ୍କୁ ଟାଟା କମ୍ପାନୀର ସହାୟତା !


ଢେଙ୍କାନାଳ : ଓଡ଼ାପଡ଼ା ବ୍ଲକର ଗୋବିନ୍ଦପ୍ରସାଦ ଗ୍ରାମର ସେଠୀ ସାହିରେ ଘଟିଥିବା ଅଗ୍ନିକାଣ୍ଡରେ ୧୫ ବଖରା ଘର ସମ୍ପର୍ଣ୍ଣ ଜଳିପୋଡି ଭସ୍ମୀଭୂତ ହୋଇଯାଇଥିଲା ।

ଏହି ଖବର ଶୁଣି ସାଂସଦ ମହେଶ ସାହୁ ତତ୍‌କ୍ଷଣାତ୍ ଗୋବିନ୍ଦପ୍ରସାଦ ଗ୍ରାମରେ ପହଁଚି ଅଗ୍ନି ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ପରେ ଅଗ୍ନିକାଣ୍ଡ ସଂପର୍କରେ ପଚାରି ବୁଝିଥିଲେ ଏବଂ କ୍ଷୟକ୍ଷତି ବାବଦରେ ଶ୍ରୀ ସାହୁ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଘଟଣାସ୍ଥଳରୁ ଯୋଗାଯୋଗ କରି ସରକାରୀ ସାହାଯ୍ୟ କିପରି ବିପନ୍ନମାନେ ଉପଲବ୍ଧ ହୋଇପାରିବେ, ସେ ନେଇ ନିର୍ଦ୍ଦେଶ ଦେଇଥିଲେ ।

ପରବର୍ତ୍ତୀ ସମୟ ରେ ଏ ବାବଦରେ ସାଂସଦ ଶ୍ରୀ ସାହୁ ଟାଟା କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ପରେ ପୂର୍ବାହ୍ନରେ ଟାଟା କମ୍ପାନୀ ପକ୍ଷରୁ ଗୋବିନ୍ଦପ୍ରସାଦ ଗ୍ରାମ ସେଠୀ ସାହିରେ କମ୍ପାନୀର ବରିଷ୍ଠ ଅଧିକାରୀ ସୌଭାଗ୍ୟ ଦାସଙ୍କ ସହିତ ସାଂସଦଙ୍କ ପ୍ରତିନିଧି ଅର୍ଜୁନ ସାହୁ, ସ୍ଥାନୀୟ ସରପଞ୍ଚ ରେଖା ଦଳେଇ ଏବଂ ସାଂସଦଙ୍କ କାର୍ଯ୍ୟାଳୟ ପକ୍ଷରୁ ସଦାଶିବ ମହାପାତ୍ର, ଶ୍ୟାମସୁନ୍ଦର ସାହୁ, କୈଳାସ ସାହୁ, ବିଜୟ ଦଳେଇ ପ୍ରମୁଖଙ୍କ ଉପସ୍ଥିତିରେ ୧୧ଟି ପରିବାରକୁ ଘର ଚଳଣୀ ସାମଗ୍ରୀ ସହିତ ବିଭିନ୍ନ ଆସବାବପତ୍ର ବଣ୍ଟନ କରାଯାଇଥିଲା ।

ଟାଟା କମ୍ପାନୀ ପକ୍ଷରୁ ବଣ୍ଟନ କରାଯାଇଥିବା ଘରଚଳଣୀ ସାମଗ୍ରୀ ଉପଲବ୍ଧି କରି ବିପନ୍ନ ପରିବାର ବର୍ଗ ସାଂସଦ ଶ୍ରୀ ସାହୁ ଏବଂ କଂପାନୀ କର୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.

13 + 10 =