ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶାଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ବଲପୁରରେ ଆଇଆଇଏମ ନିଜସ୍ୱ କ୍ୟାମ୍ପସର ଶିଳାନ୍ୟାସ ଉତ୍ସବରେ ମୋଦୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କରିଛନ୍ତି । ସଫଳ ଉଜ୍ଜ୍ୱଳା ଯୋଜନା ନେଇ ମୋଦୀ ଏହି ପ୍ରଶଂସା କରିଛନ୍ତି । ଧର୍ମେନ୍ଦ୍ରଙ୍କ ପାଇଁ ଲକ୍ଷ୍ୟ ପୂରଣ ହୋଇପାରିଛି ବୋଲି ମୋଦୀ କହିଛନ୍ତି । ଏହି ପରିପ୍ରେକ୍ଷୀରେ ମୋଦୀ କହିଛନ୍ତି ଯେ, ୨୦୧୪ ସୁଦ୍ଧା କେବଳ ୫୫% ଲୋକଙ୍କର ଗ୍ୟାସ ସଂଯୋଗ ଥିଲା । ବର୍ତ୍ତମାନ ଦେଶରେ ୯୮% ଲୋକଙ୍କ ପାଖରେ ଗ୍ୟାସ ସଂଯୋଗ ଅଛି । ୨୦୧୪ରେ ୧୪ କୋଟି ଉପଭୋକ୍ତାଙ୍କ ପାଖରେ ଗ୍ୟାସ ସଂଯୋଗ ଥିଲା । ବର୍ତ୍ତମାନ ୨୮କୋଟି ଉପଭୋକ୍ତାଙ୍କ ପାଖରେ ଗ୍ୟାସ ସଂଯୋଗ ଅଛି । ୬୦ ବର୍ଷରେ କେବଳ ୧୪ କୋଟି ଗ୍ୟାସ ସଂଯୋଗ ହୋଇଥିଲା । ଆମେ ୬ ବର୍ଷରେ ଆଉ ୧୪ କୋଟି ଗ୍ୟାସ ସଂଯୋଗ କରାଇଛୁ । ଯଦି ପୂର୍ବ ଧାରାରେ ଚାଲିଥାନ୍ତା ତାହାଲେ ଶତାବ୍ଦୀ ସରିଯାଇଥାନ୍ତା । ବଟଲିଂ ପ୍ଲାଣ୍ଟ, ପାଇପଲାଇନ ଓ ଇମ୍ପୋର୍ଟ ବହୁତ ହୋଇଛି ବୋଲି ମୋଦୀ କହିଛନ୍ତି । ପ୍ରକାଶ ଯେ, ସମ୍ବଲପୁରରେ ଆଜି ଆଇଆଇଏମର ନିଜସ୍ୱ କ୍ୟାମ୍ପସର ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହାର ଶିଳାନ୍ୟାସ କରାଯାଇଛି । ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଏହି ଉତ୍ସବରେ ଯୋଗଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରମେଶ ପୋଖରିଆଲ ମଧ୍ୟ ଯୋଗଦେଇଥିଲେ । ସଭାସ୍ଥଳରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ । ସ୍ଥାନୀୟ ସାଂସଦ ଓ ବିଧାୟକ ମଧ୍ୟ ଉତ୍ସବରେ ସାମିଲ ଥିଲେ ।

Leave A Reply

Your email address will not be published.

18 − 5 =