ଖୁବଶୀଘ୍ର କଂଗ୍ରେସ ଡାକିବ ବରିଷ୍ଠ ନେତାଙ୍କ ବୈଠକ, କାହିଁକି ଜାଣନ୍ତୁ

କଂଗ୍ରେସର ସାଂଗଠନିକ ଢ଼ାଞ୍ଚା ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଦଳ ତରଫରୁ ଖୁବଶୀଘ୍ର ବରିଷ୍ଠ ନେତାମାନଙ୍କର ଏକ ବୈଠକ ଡକାଯିବ । ଏଥିରୁ ଉକ୍ତ ପ୍ରସଙ୍ଗ ଗୁଡ଼ିକ ବ୍ୟତୀତ ଦଳ ଏବେ ଯେଉଁ ପ୍ରକାର ସଂକଟର ସମ୍ମୁଖୀନ ହେଉଛି ତାହାର ନିରାକରଣ ଏବଂ ଦଳରେ ନୂଆ ଉତ୍ସାହ ଭରିବା ପାଇଁ ଆବଶ୍ୟକ ରଣନୀତି ଉପରେ ବିଚାରବିମର୍ଶ ହେବ । ଗତ ମାସ ୧୯ ତାରିଖରେ ଦଳ ତରଫରୁ ଏଭଳି ଏକ ବୈଠକ ହୋଇଥିଲା । ଏଥିରେ ଦଳର କିଛି ବିଦ୍ରୋହୀ ନେତା ବି ଯୋଗ ଦେଇଥିଲେ । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଉପସ୍ଥିତ ଥିଲେ । ସେଥିରେ ଯାହା ସବୁ ଆଲୋଚନା ହୋଇଥିଲା ତାହାକୁ ଆଗକୁ ବଢ଼ାଇବା ପାଇଁ ଏବେ ଆଉ ଏକ ବୈଠକ ଡକାଯିବ । ଦଳର କିଛି ବରିଷ୍ଠ ନେତା ଇତି ମଧ୍ୟରେ ବିଦ୍ରୋହୀ ନେତାମାନଙ୍କ ମଧ୍ୟରୁ ଜଣଙ୍କ ସହିତ ଅନେକ ଥର ଆଲୋଚନା କରିସାରିଛନ୍ତି ଏବଂ କିଛି ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ଚୂଡାନ୍ତ କରିବା ପାଇଁ ଉଦ୍ୟମ କରୁଛନ୍ତି । ଆଗାମୀ ବୈଠକରେ ଦଳରେ ସାଂଗଠନିକ ନିର୍ବାଚନ ଉପରେ ଆଲୋଚନା ହେବ ।

Leave A Reply

Your email address will not be published.

eleven + sixteen =