ସୁନ୍ଦରଗଡ଼ ଜିଲ୍ଲା ଇବ ନଦୀର ଦର୍ଶନୀୟ ସ୍ଥାନ କନାକୁଣ୍ଡ ରେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ।

ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ଘୋଘର ଗାଁ ନିକଟ ଇବ ନଦୀର ଦର୍ଶନୀୟ ସ୍ଥାନ କନାକୁଣ୍ଡ ଆଜି ପୁଣି ଜଣେ ଯୁବକଙ୍କ ପାଣି ରେ ବୁଡି ମୃତ୍ୟୁ ହୋଇଛି ।ଯୁବକ ଜଣକ ବିହାର ର ଏବଂ ଝାରସୁଗୁଡା ଭୂଷଣ ଷ୍ଟିଲ ପ୍ଲାଣ୍ଟରେ କାମ କରୁଥିବା ଜଣାପଡିଛି । ଉକ୍ତ ଯୁବକ ଅନ୍ୟ ଦୁଇ ସାଙ୍ଗ ଙ୍କ ସହିତ ବୁଲିବା ପାଇଁ ଆସିଥିଲେ । ଅନ୍ୟ ଦୁଇ ସାଙ୍ଗ ପଥରରେ ପାରି ହୋଇ ଆରପଟକୁ ଚାଲିଗଲା ପରେ ଏହି ଯୁବକ ପାଣି ରେ ଓଲ୍ହାଇ ଆର ପଟକୁ ଯିବାପାଇଁ ଚେଷ୍ଟା କରି ପାଣିରେ ବୁଡି ଯାଇଥିଲେ । ସେ ପହଁରା ଜାଣି ନଥିଲେ କିନ୍ତୁ ଯେଉଁ ସ୍ଥାନରେ ସେ ବୁଡିଲେ ସେଠାରେ ପାଣି ମାତ୍ର ୩ଫୁଟ ରହିଛି ତଥାପି ସେ ଭୟରେ ବୁଡି ଯାଇଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ସୂଚନାଯୋଗ୍ୟ ଗତ ବର୍ଷ ଜାନୁଆରୀ ମାସରେ ପିକନିକ କରିବା ପାଇଁ ଆସି ରାଜଗାଙ୍ଗପୁର ଅଞ୍ଚଳର ଜଣେ ଯୁବତୀଙ୍କର ଗୋଡ଼ ଖସିଯାଇ ସେହି ସ୍ଥାନରେ ବୁଡ଼ି ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.

five × four =