ସୁଦୂର ଅହମଦାବାଦ୍‌ରେ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ତରଫରୁ ଉତ୍କଳ ଦିବସ ପାଳିତ !

ପୁନେସ୍ଥିତ ଅଗ୍ରଣୀ ପ୍ରବାସୀ ଓଡିଆ ସ୍ୱେଚ୍ଛାସେବୀ ସଂଗଠନ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ସମାଜ ସେବା କ୍ଷେତ୍ରରେ ଆଉ ପାଦେ ଆଗକୁ ବଢିଛି ।

ସଂଗଠନ ତରଫରୁ ଗୁଜୁରାଟର ଅହମଦାବାଦ୍‌ସ୍ଥିତ ଭୀଷ୍ମ କିଡସ୍ ନାମକ ସ୍ଥାନରେ ଅନାଥ ଶିଶୁମାନଙ୍କ ସହିତ ଉତ୍କଳ ଦିବସ ପାଳନ କରାଯିବା ସହିତ ସେମାନଙ୍କ ଉଦ୍ଦେଶ୍ୟରେ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ଶିଶୁଙ୍କ ପାଇଁ ଭଲ କାମ ହିଁ ସମସ୍ତଙ୍କ ପାଇଁ ଭଲକାମ, ଏହାକୁ ପାଥେୟ କରି ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ସଂଗଠନର ସଭାପତି ସୌମ୍ୟରଞ୍ଜନ ମହାପାତ୍ରଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଆନନ୍ଦ କୁମାର ମହାପାତ୍ର ମହାମାରୀ ସମୟରେ ଶିଶୁଙ୍କ ଉପଯୁକ୍ତ ଯତ୍ନ ସମ୍ପର୍କରେ ଆଲୋଚନା କରିଥିଲେ ।

ମୁଖ୍ୟ ଅତିଥି ଭାବେ କାଶୀ ନାଥ ମିଶ୍ର ଶିଶୁଙ୍କ ଆଗରେ ନିଜର ଅଭିଜ୍ଞତା ବଖାଣିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ସଂଗଠନ ସଦସ୍ୟା ଇଶା ମିଶ୍ ମହାପାତ୍ର, ରୀୟା ଚୌଧୁରୀ, ଡକ୍ଟର ଆଞ୍ଜେଲ୍ କନ୍ଦା, ମଧୁ ଜ୍ୟୋତ୍ସ୍ନା ତ୍ରିପାଠୀ, ସୁମିତ୍ ରଞ୍ଜନ ଦାସ ଏବଂ ଆଶୁତୋଷ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଶିଶୁଙ୍କୁମାନଙ୍କ ପାଇଁ ବିଭିନ୍ନ ମଜାଳିଆ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

ଡକ୍ଟର ଆଞ୍ଜେଲ୍ କନ୍ଦା ଶିଶୁଙ୍କ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ସଂଗଠନ ତରଫରୁ ସାଧାରଣ ସମ୍ପାଦକ ଆନନ୍ଦ ମହାପାତ୍ର ଭୀଷ୍ମ କିଡ୍ସର ଶିଶୁ ଏବଂ କର୍ମଚାରୀମାନଙ୍କୁ ଖୁସିର ଝୁଲା ବିତରଣ କରିବା ସହ ଆଗାମୀ ଦିନର ସଂଗଠନ ପକ୍ଷରୁ ଶିଶୁଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରକାଶ କରିଥିଲେ ।

ପ୍ରକାଶଥାଉକି ଏହି ସଂଗଠନ ଶିଶୁ, ମହିଳା, ଅସୁବିଧାରେ ପଡିଥିବା ପ୍ରବାସୀ ଶ୍ରମିକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ସହିତ ରକ୍ତଦାନ, ସାହିତ୍ୟ ଚର୍ଚ୍ଚା, ସାଂସ୍କୃତିକ କାର୍ଯ୍ୟକ୍ରମ, ବୃକ୍ଷରୋପଣ ଭଳି ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟ କରି ଭାରତର ବିଭିନ୍ନ ସ୍ଥାନରେ ଉଚ୍ଚ ପ୍ରଶଂସା ଲାଭ କରିଛି ।

Leave A Reply

Your email address will not be published.

1 + eight =