ଢେଙ୍କାନାଳ ସିଭିଲକୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଢେଙ୍କାନାଳ : ଜିଲ୍ଲର ବିଭିନ୍ନ ଅଦାଲତରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।

ମୋଟ ୧,୧୮୮ ମାମଲା ଫଇସଲା କରାଯାଇଛି। ତନ୍ମଧ୍ୟରୁ ୪୭ ମୋଟର ଦୁର୍ଘଟଣାଜନିତ, ୪୦ ବିବାହ ଓ ପାରିବାରିକ ମାମଲା, ୬୩ ଦେୱାନି, ୧୦୩୮ ଫୌଜଦାରିଓ ବ୍ୟାଙ୍କ ମାମଲା ରହିଛି। ଦୁର୍ଘଟଣାଜନିତ ପ୍ରାପ୍ୟ ବାବଦକୁ ୩ କୋଟି୨୯ଲକ୍ଷ ୩୨ହଜାର ଟଙ୍କା ପ୍ରଦାନ କରାଯାଇଛି। ଜରିମାନା ଓ ବ୍ୟାଙ୍କ ଋଣ ଫଇସଲା ବାବଦକୁ ୯୮ଲକ୍ଷ ୮୭ହଜାର ୬୬୬ ଟଙ୍କା ଆଦାୟ ହୋଇଛି। ଜିଲା ଦୌରାଜଜ୍‌ ତଥା ଅାଇନସେବା ପ୍ରାଧକରଣ ଅଧ୍ୟକ୍ଷ ସତ୍ୟପୀର ମିଶ୍ରଙ୍କ ତତ୍ତ୍ୱାବଧାନରେ
ସିଭିଲ୍‌ କୋର୍ଟ ପରିସରରେ ଅନୁଷ୍ଠିତ ଲୋକ ଅଦାଲତରେ ବିଚାରପତି ସୂର୍ଯ୍ୟନାରାୟଣ ଦ୍ୱିବେଦୀ, ଡ. ଜୀବନ ଜ୍ୟୋତି ରଥ, ଚିନ୍ମୟ ମିଶ୍ର, ଶତରୂପା ଶତପଥୀ, ଶଶିରେଖା ମିଶ୍ର, ସାବିତ୍ରୀ ନାୟକ, ଲୋପାମୁଦ୍ରା ପଣ୍ଡା, ସୁଧୀରଞ୍ଜନ ଦାସ, ସୁଧାଶ୍ରୀ ସୁରଝଳିଆ , ଗାର୍ଗୀ ରାୟ ମାମଲା
ପରିଚାଳନା କରିଥିଲେ।

ପାରିବାରିକ ଅଦାଲତ ବିଚାରପତିସୂର୍ଯ୍ୟନାରାୟଣ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଜିଲା ମଧ୍ୟସ୍ଥତା କେନ୍ଦ୍ର ସଦସ୍ୟ ଓମ୍‌ ପ୍ରକାଶ ଶରଣ, ଶାନ୍ତିଲତା ମିଶ୍ରଙ୍କ ଉପସ୍ଥିତିରେ ୨୭ଟିମାମଲା ଫଇସଲା ହୋଇଥିଲା।
ଆପୋସ ବୁଝାମଣା ମାଧ୍ୟମରେ ୩ ପାରିବାରିକ ମାମଲାର ସମାଧାନ ହୋଇଛି। ବିଚାରପତି ଆକାଙ୍ଗିତ ମିଶ୍ର, ସିଭିଲକୋର୍ଟ ରେଜିଷ୍ଟ୍ରାର ଅଳକାନନ୍ଦା ମହାନ୍ତି, ପ୍ରାଧିକରଣ ସଚିବ ମମିତା ସାହୁ, ସରକାରୀ ଆଇନଜୀବୀ ପତିତପାବନ ମହାପାତ୍ର, କନସିଲିଏଟର ସୁବାସିନୀ
ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

13 − 6 =