ବିରାଶାଳ ଏୟାର ଷ୍ଟ୍ରିପରେ ପ୍ରଶିକ୍ଷଣ ବେଳେ ପୁଣି ବିମାନ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ପ୍ରଶିକ୍ଷାର୍ଥୀ !

ଢ଼େଙ୍କାନାଳ :ବିରାଶାଳ ଏୟାର ଷ୍ଟ୍ରିପରେ ବିମାନ ପୁଣି ଦୁର୍ଘଟଣା । ବିରାଶାଳ ସ୍ଥିତ ସରକାରୀ ବିମାନ ଚଳାଚଳ ପ୍ରଶିକ୍ଷଣ କେନ୍ଦ୍ରରେ ହୋଇଛି ଏହି ଦୁର୍ଘଟଣା ।

ଅପରାହ୍ନ ପ୍ରାୟ ସାଢେ ଦୁଇଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଜଣେ ପ୍ରଶିକ୍ଷାର୍ଥୀ ଗ୍ଲାଇଡର ବିମାନ ଉଡାଇବା ବେଳେ ହୋଇଛି ଦୁର୍ଘଟଣା । ଉଡାନ ଭରି ଏହି ଭିଟି-ଇୟୁଡବ୍ଲ୍ୟୁ ବିମାନଟି ତଳକୁ ଖସିବା ବେଳେ ପ୍ରାୟ ୧୫ ଫୁଟ ଉଚ୍ଚରୁ ଖସିପଡଛି । ତେବେ ବିମାନ ଚଳାଉଥିବା ପ୍ରଶିକ୍ଷାର୍ଥୀ ଅଳ୍ପକେ ବର୍ତି ଯାଇଛନ୍ତି । ସେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଆହତ ପ୍ରଶିକ୍ଷାର୍ଥୀ ଜଣଙ୍କ ମହାରାଷ୍ଟ୍ରର କରଣ ମଲ୍ଲିକ । ସେ ଏହି ପ୍ରଶିକ୍ଷଣ କେନ୍ଦ୍ରର ପ୍ରଥମ ବର୍ଷର ଛାତ୍ର । ତାଙ୍କ ମୁହଁରେ ଆଘାତ ଲାଗି ନାକରେ ସାମାନ୍ୟ କ୍ଷତ ହୋଇଥିବା ଜଣାପଡିଛି ।

ତାଙ୍କୁ ସ୍ଥାନୀୟ ବିରାଶାଳ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି । ଏହି ବିମାନରେ କେବଳ କରଣ ଏକୁଟିଆ ଥିଲେ । ଉଡାଣ କରି ତଳକୁ ବିମାନ ଖସାଇବା ବେଳେ ଭୁଇଁରୁ ପ୍ରାୟ ୧୦ରୁ ୧୫ ଫୁଟ ଉଚ୍ଚରୁ ସେ ବିମାନ ଖସି ପଡିଥିଲା । ଫଳରେ କରଣ ବିମାନରୁ ତଳକୁ ଡେଇଁ ପଡିଥିବା ଜଣାପଡିଛି ।

ସୂଚନା ଥାଉକି ଏହି ବିମାନ ପ୍ରଶିକ୍ଷଣ କେନ୍ଦ୍ରରେ ଗତ ୨୦୨୦ ମସିହା ଜୁନ ୮ ତାରିଖରେ ଏକ ପ୍ରଶିକ୍ଷଣ ବିମାନ ଉଡାଣ ବେଳେ ଶହେ ଫୁଟ ଉଚ୍ଚରୁ ଖସିପଡି ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା । ସେତେବେଳେ ଏହି ଦୁର୍ଘଟଣାରେ ଅନିଶା ଫତିମା ନାମକ ଜ ଣେ ମହିଳ ପ୍ରଶିକ୍ଷାର୍ଥୀ ଓ ସଞ୍ଜିବ ଝା ନାମକ ଜଣେ ଟ୍ରେନର ପାଇଲଟଙ୍କର ମ ୃତ୍ୟୁ ଘଟିଥିଲା । ପରେ ଡିଜିସିଏଙ୍କ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା । ପରେ ଏହି ପ୍ରଶିକ୍ଷଣ କେନ୍ଦ୍ରକୁ ସାମୟିକ ଭାବେ ବନ୍ଦ କରାଯାଇ ପୁନର୍ବାର ଗତ ଏକ ବର୍ଷ ହେଲା ପୁଣି ପ୍ରଶିକ୍ଷଣ ଆରମ୍ଭ ହୋଇଥିଲା ।

ତେବେ ଏହି ଦୁର୍ଘଟଣାର ପ୍ରକୃତ କାରଣ କଣ ତାହା ଜଣାପଡିନାହିଁ । ଏପରିକି ଏହି ପ୍ରଶିକ୍ଷଣ କେନ୍ଦ୍ରକୁ ଗଣମାଧ୍ୟମକୁ ଛଡାଯାଉ ନଥିବା ବେଳେ କୌଣସି ସୂଚନା ମଧ୍ୟ ଦିଆଯାଉନାହିଁ ।

Leave A Reply

Your email address will not be published.

2 + six =