ଢ଼େଙ୍କାନାଳ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ହୀରା ସାଗର ପୁନରୁଦ୍ଧାର ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ  !

ଢ଼େଙ୍କାନାଳ  :  ସହରାଞ୍ଚଳରେ  ଥିବା ଅନେକ ଐତିହ୍ୟସମ୍ପନ ବଡ ବଡ ପୋଖରୀ ଅଛି।

  ହେଲେ ଆଜି  ଦୂର ଦୃଷ୍ଟିର ଅଭାବ ରୁ ପୁନରୁଦ୍ଧାର ହୋଇପାରୁ ନାହିଁ। ପୋଖରୀ ଗୁଡ଼ିକ ଅସ୍ତିତ୍ବ ହରେଇ ବାକୁ ବସିଲାଣି । ପ୍ରାଶାସନିକ ଦୂରଦୃଷ୍ଟି ଅଭାବରୁ ଆଜି ସହରସ୍ଥିତ ଅନେକ ଗୁଡ଼ିଏ ପୋଖରୀ ଜରାଜୀର୍ଣ୍ଣ ଅବସ୍ଥାରେ ହୋଇ ରହିଥିବା ବେଳେ ବାଜିଚୌକସ୍ଥିତ ହୀରା ସାଗର ପୋଖରୀ ପୋତି ହୋଇ ଗଲାଣି । ଯାହା ଏବେ ଦେଖିଲେ ବ୍ୟବହାର ଯୋଗ୍ୟ ପରି ମନେ ହେଉନାହିଁ ।

   ଢ଼େଙ୍କାନାଳ ସାମାଜିକ ସଂସ୍କୃତି ବିକାଶ ସଂଘ ପକ୍ଷରୁ ପୋଖରୀ ପୁନରୁଦ୍ଧାର ସୌନ୍ଦର୍ଯ୍ୟକରଣ ନିମନ୍ତେ ଜିଲ୍ଲାପାଳ ସରୋଜ କୁମାର ସେଠୀ ପାଖରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।

  ସଂଘ ପକ୍ଷରୁ ଅନନ୍ୟା ଦାସ, ସୌମ୍ୟା ମିଶ୍ର, ସ୍ମୃତିରେଖା ପଣ୍ଡା  ଦମୟନ୍ତି ବେହେରା ପ୍ରମୁଖ ଉପସ୍ଥିତ ରହି ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା  ।

Leave A Reply

Your email address will not be published.

2 × 2 =