ରାଜ୍ୟରେ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନର ଖିତାବ
ମୁଖ୍ୟମନ୍ତ୍ରୀ ହାତରୁ ମିଳିଲା ୧୦ ଲକ୍ଷ ଟଙ୍କା ସହିତ ଶିକ୍ଷା ପୁରସ୍କାର
ଢେଙ୍କାନାଳ :“ଜିଲ୍ଲାର ଶିକ୍ଷାର ନୂଆ ପରିଚୟ ଡି.ଆଇ.ଇ.ଟି.!” — ଏହି ଉଚ୍ଚାରଣ ଗୁରୁଦିବସରେ ଲୋକସେବା ଭବନରେ ପୁନର୍ବାର ସାବ୍ୟସ୍ତ ହୋଇଗଲା ।ରାଜ୍ୟସ୍ତରରେ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନର ପୁରସ୍କାର ପାଇ ଡି.ଆଇ.ଇ.ଟି. ଢେଙ୍କାନାଳ ସମ୍ମାନିତ ହେବା, ନାକେବଳ ଢେଙ୍କାନାଳ ଜିଲ୍ଲାର ଗର୍ବ, ବରଂ ଓଡ଼ିଶାରେ ଶିକ୍ଷାର ପ୍ରଗତିର ଅମୋଘ ପ୍ରତିକ ।
“ଶିକ୍ଷାରେ ଗୁଣ, ପ୍ରଶିକ୍ଷଣରେ ନୂତନତ୍ୱ” — ଏହି ମନ୍ତ୍ରକୁ ଆତ୍ମସାତ କରି, ପ୍ରତିଷ୍ଠାନ ମଡେଲ ଶିଶୁବାଟିକା, କମ୍ପୋଜିଟ ପିରିଅଡ଼, ଗବେଷଣା କାର୍ଯ୍ୟକ୍ରମ ଇତ୍ୟାଦିରେ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଛି ।“ପାଠ୍ୟକ୍ରମରେ ପରିବର୍ତ୍ତନ, ପାଠଦାନରେ ପ୍ରାଣ” — ଏହା ହେଉଛି ଢେଙ୍କାନାଳ ଡି.ଆଇ.ଇ.ଟି.ର ସଫଳତାର ମୂଳମନ୍ତ୍ର ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝିଙ୍କ ହାତରୁ ୧୦ ଲକ୍ଷ ଟଙ୍କା, ସ୍ମୃତି ଫଳକ ଓ ମାନପତ୍ର ଗ୍ରହଣ କରିବାବେଳେ, ସମସ୍ତଙ୍କ ଚକ୍ଷୁରେ ଗର୍ବର ଆଲୋକ ।ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ କହିଲେ — “ଏହି ପୁରସ୍କାର କେବଳ ପ୍ରତିଷ୍ଠାନର ନୁହେଁ, ଢେଙ୍କାନାଳର ପ୍ରତ୍ୟେକ ଶିକ୍ଷକ, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଜିତ ।”ଡି.ଆଇ.ଇ.ଟି.ର ଏହି ସଫଳତା, ଜିଲ୍ଲାରେ ଶିକ୍ଷାରେ ନୂଆ ମାନକ ସୃଷ୍ଟି କରିଛି ।ଏହାର ଆଦର୍ଶ ମଡେଲ୍ ଓ ପଦକ୍ଷେପ, ରାଜ୍ୟର ଅନ୍ୟାନ୍ୟ ପ୍ରଶିକ୍ଷଣ ପ୍ରତିଷ୍ଠାନଙ୍କ ପାଇଁ ପ୍ରେରଣା ହେବା ନିଶ୍ଚିତ ।ଏହି ପୁରସ୍କାର ସହ, ଢେଙ୍କାନାଳ ଜିଲ୍ଲାରେ ଶିକ୍ଷା ଉନ୍ନତିରେ ନୂଆ ମାର୍ଗ ଉଦ୍ଘାଟିତ ହୋଇଗଲା ।