ଶିକ୍ଷକ–ଶିକ୍ଷୟିତ୍ରୀଙ୍କୁ ସମ୍ମାନ, ଗୁରୁ–ଶିଷ୍ୟ ସମ୍ପର୍କର ପ୍ରାଧାନ୍ୟ ଉଲ୍ଲେଖ…
ଢେଙ୍କାନାଳ : ରୋଟାରୀ କ୍ଲବ ତରଫରୁ ଗୁରୁ ଦିବସ ପାଳନ କରାଯାଇଥିଲା ।ସକାଳ ସମୟରେ ଗଜମାରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସହିତ ସମସ୍ତ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଗଲା । ପିଲାମାନେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ରୋ ନବୀନ ଚନ୍ଦ୍ର ନାରାୟଣ ଦାସ, ବିରଞ୍ଚି ପାଣି, ପ୍ରଦୋଷ ଶତପଥୀ ଉପସ୍ଥିତ ଥିଲେ ।

ଶେଷରେ ଛାତ୍ରଛାତ୍ରୀଙ୍କୁ ମିଠା ବଣ୍ଟନ କରାଯାଇଥିଲା ।ସାନ୍ଧ୍ୟରେ ରୋଟାରୀ କ୍ଲବ ପରିସରରେ ରୋଟାରୀ କ୍ଲବ ଏବଂ ଇନରହୁଇଲ ମିଳିତ ଆନୁକୂଲ୍ୟରେ ବିଶେଷ ସଭା ହୋଇଥିଲା । କ୍ଲବ ସଭାପତି ରୋ ସଗରିକା ମିଶ୍ର ସଭାପତିତ୍ୱ କଲେ । ସମ୍ପାଦକ ତପନ ପାଳ ସଂପାଦକୀୟ ବିବରଣୀ ପାଠ କରିଥିଲେ ।ରୋ ଅବୋଧ କୁମାର ମହାପାତ୍ର, ଅଭିମନ୍ୟୁ ସାହୁ, ଇନରହୁଇଲ ଉପସଭାପତି ମଧୁଛନ୍ଦା ଓ କବିତା ମହାନ୍ତି ଅଭିଭାଷଣ ରଖିଥିଲେ ।
ଏହି ଅବସରରେ ଯୋରନ୍ଦା ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗଗନ ବିହାରୀ ନାୟକ, ମହୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦୀପ୍ତି ମଞ୍ଜରୀ ଲେଙ୍କା ଓ ଢେଙ୍କାନାଳ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ସୌମ୍ୟା ନନ୍ଦଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଗଲା ।ଶିକ୍ଷକ–ଶିକ୍ଷୟିତ୍ରୀବୃନ୍ଦ ଗୁରୁ ଦିବସର ପ୍ରାଧାନ୍ୟ ଓ ଗୁରୁ–ଶିଷ୍ୟ ସମ୍ପର୍କରେ ତାଙ୍କର ଅଭିଭାଷଣ ରଖିଥିଲେ ।

ରୋ ରାଜ କିଶୋର ବେହେରା ଓ ସୁନିଲ କୁମାର ମିଶ୍ର ମାନପତ୍ର ପାଠ କରିଥିଲେ ।ଇନରହୁଇଲ ସଦସ୍ୟା ଦୀପ୍ତିମୟୀ ଲେଙ୍କା ଓ କବିତା ମହାନ୍ତିଙ୍କୁ ସମ୍ମାନିତ କରାଗଲା ।ଧନ୍ୟବାଦ ଜଣାଇଥିଲେ ରୋ ରାଜେନ୍ଦ୍ର କୁମାର ଦାସ ।ରୋ ବିନୋଦ ଅଗ୍ରୱାଲ, ମହେଶ ପ୍ରସାଦ ଅଗ୍ରୱାଲ, ଭବାନୀ ଶଙ୍କର ଦାସ, ଗୌରବ ସରାଉଗୀ, ହେମନ୍ତ ମହାନ୍ତି, ତାପସ ରାଉତ, ସନ୍ଧ୍ୟା ମହାପାତ୍ର, ନିରଦାନନ୍ଦ ନନ୍ଦ ସମେତ ଇନରହୁଇଲ, ରୋଟରାକ୍ଟ, ଆର୍ସିସି ଗଜମାର ସମସ୍ତ ସଦସ୍ୟ–ସଦସ୍ୟାମାନେ ଉପସ୍ଥିତ ଥିଲେ ।