ଢେଙ୍କାନାଳ ଥିଙ୍କର୍ସ ଫୋରମର ପ୍ରତିମୂର୍ତ୍ତି ପ୍ରତିଷ୍ଠାର ପ୍ରଥମ ବାର୍ଷିକୀ ପାଳନ — କବିତା ଆସରରେ ଝରିଲା ସାହିତ୍ୟିକ ମନୋଭାବ !
ଢେଙ୍କାନାଳ: ଢେଙ୍କାନାଳ ଥିଙ୍କର୍ସ ଫୋରମ ପାଇଁ ଏକ ସ୍ମରଣୀୟ ଦିବସ ରୂପେ ପାଳନ ହୋଇଥିଲା। ପୌରସଂସ୍ଥା ପକ୍ଷରୁ ଗତବର୍ଷ ଏହିଦିନ ବସଷ୍ଟାଣ୍ଡ ନିକଟରେ ୫୦୦ ବର୍ଷର ଇତିହାସକୁ ସମ୍ମାନ ଦେଇ “ଢେଙ୍କା” ଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା। ଏହାର ପ୍ରଥମ ବାର୍ଷିକୀ ଅବସରରେ ଫୋରମ ପକ୍ଷରୁ ଦିନଟିକୁ ବିଶେଷ ଭାବରେ ପାଳନ କରାଗଲା। ସକାଳେ ଫୋରମର ସଦସ୍ୟ ଓ ସଦସ୍ୟାମାନେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମରଣାର୍ଥୀ କାର୍ଯ୍ୟକ୍ରମର ଆରମ୍ଭ କଲେ। ପରେ, ସାହିତ୍ୟିକ ପରିବେଶରେ ଏକ ବିଶେଷ କବିତା ଆସର ଓ ସଭା ଆୟୋଜିତ ହୋଇଥିଲା।

ସଭାରେ ଫୋରମର ସାମାଜିକ ପ୍ରମୁଖ ଦେବୀ ପ୍ରସନ୍ନ ପାଣିଙ୍କ ସଭାପତିତ୍ୱରେ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁଭାଷ ଚନ୍ଦ୍ର ଦାଶ ମୁଖ୍ୟବକ୍ତା, ଶିବସାଇ ମହାପାତ୍ର ଓ ପ. ବିପିନ ବିହାରୀ ଶତପଥୀ ମୁଖ୍ୟଅତିଥି ଭାବରେ ମଞ୍ଚାସିନ ହୋଇଥିଲେ। ଫୋରମ ସଭାପତି ସୋମେନ୍ଦୁ ଶତପଥୀ ଓ ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ ମଧ୍ୟ ସାଙ୍ଗରେ ଥିଲେ।”ଚରୈବେତି” ସାହିତ୍ୟ ବିଭାଗର ପ୍ରମୁଖ ପ୍ରକାଶ କୁମାର ପରିଡା ଓ ଦେବ ପ୍ରସାଦ ସାହୁ କବିତା ଆସରକୁ ସଂଯୋଜନା କରିଥିଲେ। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ଡ଼. ସୁଧାଂଶୁ ଦାସ କବିତା ପାଠ କରି କବିତା ରଚନା ଓ ସମୀକ୍ଷା ସମ୍ପର୍କରେ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ଢେଙ୍କାନାଳ ସହର ସହିତ ସୋଗର, ଆଠଗଡ, କାଲୁରିଆ, ତିଳପଦା ଓ ଅନ୍ନପୁରରୁ ଆସିଥିବା ପ୍ରାୟ ୩୦ରୁ ଅଧିକ କବି ଓ କବୟିତ୍ରୀ “ଢେଙ୍କା” ଓ ଢେଙ୍କାନାଳ ମା’ମାଟିକୁ ସମର୍ପିତ କବିତା ପାଠ କରିଥିଲେ।ସଭାରେ ବିଭୁତି ଭୂଷଣ ବେହେରା, ସମୀର କୁମାର ପୃଷ୍ଟି, ଦେବୀ ପ୍ରସାଦ ମିଶ୍ର, କ୍ଷୀରୋଦ କୁମାର ନାୟକ, ଶୁଶୀଳ କୁମାର ନନ୍ଦ, ଡ଼. ପୁଷ୍ପଲତା ରଥ, ବାହାଦୂର ପାଟସାହାଣୀ, କଲ୍ୟାଣ କୁମାର କାନୁନଗୋ ପ୍ରମୁଖ ବ୍ୟକ୍ତିମାନେ ବକ୍ତବ୍ୟ ରଖିଥିଲେ।
କାର୍ଯ୍ୟକ୍ରମକୁ ସଦସ୍ୟା ସସ୍ମିତା ରାଉତ, ସୁନିତା ପଟ୍ଟନାୟକ, ସୁଭଦ୍ରିକା ସାହୁ, ସଂଯୁକ୍ତା ସାହୁ, ବିଳାସିନୀ ଶତପଥୀ ସହିତ କୋଷାଧ୍ୟକ୍ଷ ବୈକୁଣ୍ଠନାଥ ଦ୍ବିବେଦୀ, ରଞ୍ଜନ କୁମାର ସାହୁ, ବିନୋଦ କୁମାର ମଲ୍ଲିକ, ବିଶ୍ୱଜିତ ବରାଳ, ଉର୍ଜିତ ଶତପଥୀ, ଅଂଶୁମାନ ପଟ୍ଟନାୟକ ଓ କୁନି ଅଂଶୀତା ପଟ୍ଟନାୟକ ସହଯୋଗ କରିଥିଲେ।ଶେଷରେ କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାୟ ୬୦ରୁ ଅଧିକ ସାହିତ୍ୟପ୍ରେମୀ ଓ ସମର୍ପିତ ବ୍ୟକ୍ତିଙ୍କ ଅଂଶଗ୍ରହଣରେ କାର୍ଯ୍ୟକ୍ରମ ସଫଳତାର ସହିତ ଉତ୍ସାହଭରା ପରିବେଶରେ ସମାପ୍ତ ହୋଇଥିଲା।