ଚାଷୀଙ୍କର ସ୍ୱପ୍ନ ହାତୀ ଧ୍ୱଂସ କରୁଛି, ବନବିଭାଗର ନିର୍ବିକାରତା ପ୍ରଶ୍ନଚିହ୍ନ ସୃଷ୍ଟି କରିଛି !

ଢେଙ୍କାନାଳ : ଚାଷୀଟିଏ ଦିନ-ରାତି ଅହରହ ପରିଶ୍ରମ କରିଥାଏ, ଭଲ ଅମଳ କଲେ ବର୍ଷସାରା ପରିବାରର ପେଟକୁ ଦାନା ଯାଉଥାଏ। କିନ୍ତୁ ଦୁର୍ଭାଗ୍ୟବଶତଃ ସେହି ସ୍ୱପ୍ନକୁ ବାରମ୍ବାର ହାତୀ, ବାରହା ଓ ଫୋଟକା ପାଣି ଧ୍ୱଂସ କରିଦେଉଛି। ଏବେ ହିନ୍ଦୋଳ ବନାଞ୍ଚଳରେ ହାତୀଙ୍କ ସଂଖ୍ୟା ବଢିଥିବାରୁ ସେମାନେ ଜଙ୍ଗଲ ଛାଡ଼ି ଜନବସତିକୁ ମୁହାଁ ହେଉଛନ୍ତି। ଫଳରେ ଚାଷୀଙ୍କର ଫସଲ ଦଳିଚକଟି ଧ୍ୱଂସ ହେଉଛି। ଚାଷୀମାନେ ଏହି ସମସ୍ୟା ସମ୍ପର୍କରେ ବନବିଭାଗକୁ ଅନେକଥର ଜଣାଇଥିଲେ ମଧ୍ୟ ପ୍ରତିକାର ହେଉନାହିଁ। ଋଣ ନେଇ ଚାଷ କରିଥିବା କୃଷକଙ୍କ ସ୍ୱପ୍ନ ଫସିଲାପରେ କର୍ଜର ଚାପରେ ସେମାନେ ହତାଶ ହୋଇପଡୁଛନ୍ତି।ଏହାର ଜ୍ୱଳନ୍ତ ଉଦାହରଣ ବାଉଁଶପୋଖରୀ ପଞ୍ଚାୟତ ଅନ୍ତର୍ଗତ ନୂଆକୋଟ ଗ୍ରାମରେ ଦେଖାଗଲା। ସୂଚନା ଅନୁଯାୟୀ, ସେଠାକାର କୃଷକ ତ୍ରିନାଥ ବେହେରାଙ୍କର ଗତ ଏପ୍ରିଲ ୨୯ ତାରିଖରେ ଆମ୍ବ ଓ ପନିପରିବା ବଗିଚାକୁ ହାତୀ ଭାଙ୍ଗି ନଷ୍ଟ କରିଥିଲା। ସେଥିରେ ଥିବା ଅନ୍ୟ ଜଣଙ୍କ ଚାଳ ଘରକୁ ମଧ୍ୟ ଭାଙ୍ଗିଦେଇଥିଲା। ସଙ୍ଗେସଙ୍ଗେ ବନବିଭାଗକୁ ସୂଚନା ଦେଲେ ମଧ୍ୟ କ୍ଷତିପୂରଣ ଆଜି ପର୍ଯ୍ୟନ୍ତ ମିଳିନାହିଁ।
କେବଳ ତାହାଇ ନୁହେଁ, ଗତ ଶନିବାର ଓ ରବିବାର ମଧ୍ୟରାତ୍ରରେ ପୁଣିଥରେ ହାତୀ ଆସି ୪୦ କିଲୋର ଧାନତଳିକୁ ସମୂଳ ନଷ୍ଟ କରିଦେଇଛି। ଯାହାଫଳରେ ସେହି କୃଷକ ତଳିନ ପାଇ ହତାଶ ହୋଇପଡିଛନ୍ତି। ସ୍ଥାନୀୟ ଲୋକମାନେ କହୁଛନ୍ତି—ବନବିଭାଗ ପାଖକୁ ଆସୁଥିବା ଅନୁଦାନ ଯଦି କ୍ଷତିଗ୍ରସ୍ତ ଚାଷୀଙ୍କୁ ପହଞ୍ଚୁନାହିଁ, ତେବେ ସେହି ଅନୁଦାନ ଯାଉଛି କେଉଁଠି? ଏହି ପ୍ରଶ୍ନରେ ସାଧାରଣ ଓ ବୁଦ୍ଧିଜୀବୀ ମହଳରେ ଅସନ୍ତୋଷ ସୃଷ୍ଟି ହୋଇଛି।

Leave A Reply

Your email address will not be published.

twenty − eleven =