ବାଘଧରିଆ ଗ୍ରାମରେ ଅଘଟଣ,ହାତୀ ଆକ୍ରମଣରେ ଗୋଟିଏ ଦିନରେ ଗ୍ରାମରୁ ୩ ଜଣଙ୍କର ମୃତ : ଉତ୍ୟକ୍ତ ଗ୍ରାମବାସୀଙ୍କ ସାତମାଇଲ ଛକରାସ୍ତା ଅବରୋଧ !

ଢେ଼ଙ୍କାନାଳ ହିନ୍ଦୋଳ ବନାଞ୍ଚଳର ବାଘଦରିଆ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା ଆଜି ସକାଳୁ ହାତୀ ଆକ୍ରମଣରେ ବାଘଧରିଆ ଗ୍ରାମର ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି, ଘଟଣାରୁ ପ୍ରକାଶ ହିନ୍ଦୋଳ ଉପଖଣ୍ଡ ରାସୋଳ ବନାଞ୍ଚଳ ବାଘଧରିଆ ଅଞ୍ଚଳରେ କୋଡିଏ ଟିକିଆ ହାତୀପଲ ଆସି ତାଣ୍ଡବ ରଚୁଥିବା ବେଳେ ଆଜି ସକାଳେ ଗ୍ରାମର ଝୁଲଣ ଦେହୁରୀ,କରୁଣା କର ଦେହୁରୀ ଘରନିକଟରୁ ବାହାରକୁ ଯାଉଥିବା ବେଳେ ୨ଟି ହାତୀ ହାବୁଡ଼ରେ ପଡିଯାଇଥିଲେ ଘଟଣା ସ୍ଥଳରେ ଝୁଲଣକୁ ହାତୀ କଚାଡି ଦେଇଥିଲା ମାରିଦେଲା ବୋଲି କରୁଣାକର ପାଟି କରିବାରୁ ଅନ୍ୟ ଏକ ହାତୀ କରୁଣାକୁ ଆସି କଚାଡି ଦେଇଥିଲା,ନିକଟରେ ଥିବା ଆଉ ଜଣେ ମହିଳା ଶଶୀଙ୍କୁ ମଧ୍ୟ ହାତୀ ଶୁଣ୍ଢରେ କଚାଡି ଦେଇଥିଲା ଝୁଲଣ ଓ କରୁଣା ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଶଶୀଙ୍କର ଅନୁଗୋଳ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି,ଉତ୍ୟକ୍ତ ବାଘଧରିଆ ଗ୍ରାମବାସୀ ସବକୁ ଆଣି ସାତମାଇଲ ଛକରେ ରଖି ରାସ୍ତାରୋକ କରିଥିଲେ, ହିନ୍ଦୋଳ ଉପଜିଲ୍ଲାପାଳ,ତହସିଲଦାର,ଏସ୍ଡ଼ିପିଓ,ହିନ୍ଦୋଳ ପୋଲିସ ଓ ହିନ୍ଦୋଳ ବନ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଜନସାଧାରଣଙ୍କୁ ବୁଝା ସୁଝା କରିବା ସହିତ ମୃତକ ଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦେବା ସହିତ ୭ ଦିନ ଭିତରେ ଗ୍ରାମନିକଟରୁ ହାତୀକୁ ଟ୍ରଙ୍କୁଳାଇଜର କରିବା ସହିତ ଗ୍ରାମ ଚାରିପାଖରେ ସୋଲାର ବ୍ୟବସ୍ତା କରିବାପାଇଁ ପ୍ରତିଶୁତି ଦେବା ପରେ ରାସ୍ତାରୋକ ହଟିଥିଲା । ଗୋଟିଏ ଗ୍ରାମରୁ ଗୋଟିଏ ଦିନରେ ହାତୀଆକ୍ରମାଣରେ ୩ଜଣ ନିରୀହ ଜୀବନ ଚାଲିଯିବା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

18 − twelve =