୩ ଅଭିଯୁକ୍ତଙ୍କୁ ଗିରଫ କଲା ବାଲିମୀ ପୁଲିସ୍ , ଚୋରି ସାମଗ୍ରୀ ଜବତ : ଜୋରଦାର ପେଟ୍ରୋଲିଂ ପାଇଁ ଜନସାଧାରଣଙ୍କ ଦାବି !

ଢେ଼ଙ୍କାନାଳ: ହିନ୍ଦୋଳ ଉପଖଣ୍ଡ ବାଲିମି ପୁଲିସ୍ କୁ ସଫଳତା ମିଳିଛି। ଗୋଟିଏ ବିଦ୍ୟାଳୟରୁ ସରକାରୀ ସାମଗ୍ରୀ ଚୋରି ଅଭିଯୋଗରେ ବାଲିମି ପୁଲିସ୍ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ରକଲା ଗ୍ରାମର ଗୌରାଙ୍ଗ ନାୟକ(୨୩), ଡାହାଣୀ ମରା ଗ୍ରାମର ଡାକ୍ତର ନାୟକ (୨୨) ଓ ହିନ୍ଦୋଳ ଥାନା ଟାଙ୍ଗୀ ଶାଳ ଗ୍ରାମର ସିଦ୍ଧାନ୍ତ ନାୟକ (୨୩) ଆଦି ଅଭିଯୁକ୍ତ ମାନଙ୍କୁ ବାଲିମି ପୁଲିସ୍ ଗିରଫ କରିଛି। ପୁଲିସ୍ ଅଭିଯୁକ୍ତ ମାନଙ୍କ ଠାରୁ ୧ ଟି ଚାମ୍ପ କମ୍ପାନୀର ଜେନେରେଟର, ଥମ୍ସନ କମ୍ପାନୀର କଲର ଟିଭି, ଏକ ସାଇଡ କମ୍ପାନୀର ୧ ଟି ଟାବୁଲାର ବ୍ୟାଟେରୀ, ୧ ଟି ଇନ୍ ଭେଟର, ୧ ଟି ଏଚ୍ଚ ଏଫ୍ ହିରୋ ହୋଣ୍ଡା ମଟର ସାଇକେଲ ନଂ ଓ ଡି ୧୯ ୱାଇ ୮୪୬୩ ବାଇକ୍ ଜବତ କରିଛି। ସୂଚନା ଅନୁଯାୟୀ ଖାଲପାଳ ଗ୍ରାମର ମଳୟ କୁମାର ଗାୟଣ ଗତ ତା ୧୭.୦୪.୨୦୨୫ ରିଖରେ ଏ ନେଇ ବାଲିମି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମଳୟଙ୍କ ଅଭିଯୋଗ ଅନୁସାରେ ସେ କୁମୁରୁସିଙ୍ଗା ଗୁରୁ କୂଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟରତ ଥାଇ ବିଦ୍ୟାଳୟରୁ ଏ ସମସ୍ତ ସାମଗ୍ରୀ ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଭାବେ ଜଣାଇଥିଲେ। ପୁଲିସ୍ ଏ ସଂକ୍ରାନ୍ତରେ ଏକ ମାମଲା ନଂ ୯୧ ରୁଜୁ କରି ତଦନ୍ତ ଚଳାଇ ଥିଲା। ଅଭିଯୁକ୍ତ ମାନଙ୍କୁ ଗିରଫ କରି ଚୋରି ସାମଗ୍ରୀ ଉଦ୍ଧାର କରିବା ପରେ ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ହାସଲ ପାଇଁ ପୁଲିସ୍ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସଲିଳ କୁମାର ପ୍ରଧାନ ପ୍ରକାଶ କରିଛନ୍ତି। ହିନ୍ଦୋଳ ଭଳି ଶାନ୍ତ ପରିବେଶରେ ଦିନକୁ ଦିନ ଏମିତି ଚୋରି ଡକାୟତି ବୃଦ୍ଧିକୁ ନେଇ ହିନ୍ଦୋଳବାସୀ ଚିନ୍ତାରେ ପଡି ଯାଇଛନ୍ତି। ତିନୋଟି ଥାନାର ପୁଲିସ୍ ସମନ୍ୱୟ ରଖି କାର୍ଯ୍ୟ କରିବା ସହ ଜୋରଦାର ପେଟ୍ରୋଲିଂ କଲେ ‌ହୁଏତ ଲୋକମାନେ କିଛି ମାତ୍ରାରେ ଆଶ୍ବସ୍ତି ଲାଭ ସହ ଚୋର ଡକାୟତ ମାନେ ଚୋରି ଡକାୟତି କରିବାକୁ ଭୟ କରନ୍ତେ।

Leave A Reply

Your email address will not be published.

five × 1 =