ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ସର୍ବପୁରାତନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲହଡ଼ା ର ପ୍ରଧାନ ଶିକ୍ଷୟିତ୍ରୀ ନିରୂପମା ବାରିକ ଏପ୍ରିଲ ମାସ ତିରିଶ ତାରିଖ ଦିନ ସରକାରୀ ସେବା ରୁ ଅବସର ଗ୍ରହଣ କରିଥିବା ଯୋଗୁଁ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଲହଡ଼ା ଗ୍ରାମ ର ବିଶିଷ୍ଟ ସମାଜ ସେବୀ ଶରତ ଚନ୍ଦ୍ର ଧଳ ଙ୍କ ଅଧ୍ୟକ୍ଷତାରେ ଏପ୍ରିଲ ମାସ ୩୦ ତାରିଖ ଅପରାହ୍ନ ରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଓ ପରିବେଶବିତ୍ ବିଜୟ କୁମାର ସାମନ୍ତ ଯୋଗଦେଇ ଶ୍ରୀମତୀ ବାରିକ ଛାତ୍ର ବତ୍ସଳତା ର ଉଦାହରଣ ଦେଇ ତାଙ୍କ ଭବିଷ୍ୟତ ଜୀବନ ର ଆଶୁ ଆରୋଗ୍ୟ କାମନା କରିଥିଲେ। ମୁଖ୍ୟ ବକ୍ତା ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଯୋଗଦେଇ ଶ୍ରୀମତୀ ବାରିକ ଜଣେ କର୍ତ୍ତବ୍ୟ ନିଷ୍ଠ, ସମାୟୁନିବର୍ତ୍ତି ଆଦର୍ଶ ପ୍ରଧାନ ଶିକ୍ଷୟିତ୍ରୀ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଉକ୍ତ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସାମନ୍ତ, ଲାଉଲଇ ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭାରତ ଚନ୍ଦ୍ର ବାରିକ ଅବସର ପ୍ରାପ୍ତ ସିଆର ସିସି ଆଶୁକବି ବୀରକିଶୋର ନାୟକ, ଶିକ୍ଷକ ନେତା ଅକ୍ଷୟ କୁମାର ମିଶ୍ର, ପରିଚାଳନା ପରିଷଦ ସଭାପତି ବନଜା ସାହୁ, ପଞ୍ଚସଖା ସେତୁ ସଭାପତି ମନୋଜ୍ କୁମାର ପହି , ପ୍ରାକ୍ତନ ପରିଚାଳନା ପରିଷଦ ସଭାପତି ଗଗନ ବିହାରୀ ସାହୁ, ପ୍ରଧାନ ଶିକ୍ଷକ ଅନନ୍ତ ନାରାୟଣ ଶତପଥୀ,ଯୁଗଳ କିଶୋର ଦାସ, ବିରେନ୍ଦ୍ର କୁମାର ସାମନ୍ତ, ହେମନ୍ତ କୁମାର ବାରିକ, ଦୁର୍ଯୋଧନ ସାହୁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବାରିକ ଙ୍କ ଗୁଣ ଗାନ କରିଥିଲେ।ଶିକ୍ଷକ ଦିନେଶ କୁମାର ବେହେରା ପ୍ରାରମ୍ଭିକ ପରିଚୟ ସହ ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଗୁଣ ଗାନ କରିଥିଲେ। ଶିକ୍ଷକ ସନ୍ତୋଷ କୁମାର ଖୁଣ୍ଟିଆ ମଞ୍ଚ ପରିଚାଳନା କରିଥିବା ବେଳେ ଭୁବନ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ସହକର୍ମୀ ପରେଶ୍ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ଓ ଶିକ୍ଷକ ସଞ୍ଜୟ କୁମାର ଦାସ ସକ୍ରୀୟ ସହଯୋଗ କରିଥିଲେ। । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବାରିକ ଙ୍କୁ ମାନପତ୍ର ଉପଢୌକନ , ପୁଷ୍ପ ଗୁଛ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ର ଛାତ୍ରୀମାନଙ୍କ ଦ୍ବାରା, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ଓ ପରିଚାଳନା ପରିଷଦ ଦ୍ବାରା ଉପହାର ପ୍ରଦାନ କରାଯାଇଥିଲା। ଛାତ୍ରୀମାନେ ବିଦାୟ ସଙ୍ଗୀତ ଗାନ କରିଥିଲେ।