୬୨ବର୍ଷୀୟ ବ୍ୟକ୍ତିଙ୍କୁ କଚାଡି ମାରିଲା ଦନ୍ତା : ବନବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ !

ଢ଼େଙ୍କାନାଳ : ହିନ୍ଦୋଳ ବନାଞ୍ଚଳ ଗୁଳେହି ଗ୍ରାମପଞ୍ଚାୟତ ଅନ୍ତର୍ଗତ କଲଣ୍ଡା ଗ୍ରାମରେ ଆଜି ଭୋର୍ ସମୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ କଲଣ୍ଡା ଗ୍ରାମ ଅନ୍ତର୍ଗତ ଜେନା ସାହିର ଛବି ଦେହୁରୀ (୬୨) ନାମକ ଏକ ବ୍ୟକ୍ତି ଭୋର୍ ସମୟରେ ନିଜ ଆମ୍ବ ବଗିଚାକୁ ଯାଉଥିବା ବେଳେ ଦନ୍ତାହାତୀ ହାବୁଡରେ ପଡ଼ିଥିଲେ। ଦନ୍ତା ତାଙ୍କୁ ଟେକି କଚାଡି ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଏ ସଂପର୍କରେ ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ହିନ୍ଦୋଳ ମେଡିକାଲ୍ ପଠାଇଥିଲା। ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ବନବିଭାଗ ପକ୍ଷରୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାର ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।ହିନ୍ଦୋଳ ବନାଞ୍ଚଳରେ ଜଙ୍ଗଲରୁ ମୂଲ୍ୟବାନ୍ ଗଛ କାଟିନେବା, ଶୀକାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧି, ଜଙ୍ଗଲ ଜମି ଖୋଳି ମାଟିମୋରମ୍ ଲୁଟିନେବା ଓ ହାତୀ ଆକ୍ରମଣରେ ନିରୀହ ଲୋକ ଆଦି ମୃତ୍ୟୁବରଣ କରୁଥିଲେ ମଧ୍ୟ ବନବିଭାଗ ଏସବୁ ରୋକିବାରେ ସଂପୂର୍ଣ୍ଣ ଫେଲ୍ ମାରିଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ହାତୀ ଆକ୍ରମଣରେ ନିରୀହ ଲୋକ ମୃତ୍ୟୁବରଣ କରିବା ସାରା ରାଜ୍ୟରେ ହିନ୍ଦୋଳ ଏକ ନମ୍ବର ହୋଇଥିବାବେଳେ ଏଥିପ୍ରତି ସରକାର ଦୃଷ୍ଟି ନଦେବାକୁ ନେଇ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ସରକାର ଏହାକୁ ଗୁରୁତର ଭାବେ ନେଇ ହାତୀ କବଳରୁ ରକ୍ଷା କରିବାକୁ ହିନ୍ଦୋଳବାସୀ ଦାବି କରିଛନ୍ତି।

Leave A Reply

Your email address will not be published.

nineteen − 18 =