ଢେଙ୍କାନାଳ– କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମରୁବିଲି ଗ୍ରାମପଞ୍ଚାୟତର ସାରିଓ ଗ୍ରାମର ଉପର ସାହିରେ ଏବେ ବି ପିଇବା ପାଣି ସମସ୍ୟା ଜଟିଳ ଅବସ୍ଥାରେ ଅଛି । ବସୁଧା ଯୋଜନା ଅନ୍ତର୍ଗତ ଯଥାପି ଯୋଜନା ଉପଲବ୍ଧ ଅଛି, ତଥାପି ଗ୍ରାମବାସୀଙ୍କ ପାଖରେ ବିଶୁଦ୍ଧ ପିଇବା ପାଣି ଉପଲବ୍ଧ ହୋଇପାରୁନାହିଁ ।ଏହି ଆଦିବାସୀ ଅଧୁଷିତ ଅଞ୍ଚଳରେ ବର୍ତ୍ତମାନ ଦୂଷିତ ପୋଖରୀ ଓ ନଳକୂପର ନାଲିଆ ପାଣି ଉପରେ ନିର୍ଭର କରି ପିଇବା ପାଣି ଚାଲାଇଛନ୍ତି । ଏହା ଲୋକମାନଙ୍କ ସ୍ୱାସ୍ଥ୍ୟ ପାଇଁ ଗଭୀର ଝୁମ୍ପରା ସୃଷ୍ଟି କରୁଛି । ପ୍ରତିଦିନ ଅନେକ ଲୋକ ଅସୁସ୍ଥ ହେଉଛନ୍ତି ବୋଲି ଗ୍ରାମବାସୀଙ୍କ ଅଭିଯୋଗ ।ଏହି ଆଦିବାସୀ ଅଞ୍ଚଳରେ ବର୍ଷନ୍ତରୁ ଏଭଳି ଅବସ୍ଥା ଚାଲିଥିବା ବେଳେ, ଏବେ ସୁଧା ଲୋକମାନେ ସରକାରଙ୍କ ନଜରକୁ ଆକୃଷ୍ଟ କରି ସତ୍ୱର ପାଣି ସମସ୍ୟା ଦୂର କରିବା ପାଇଁ ଦାବି ଉଠାଇଛନ୍ତି । “ଏବେ ବସୁଧା ଯୋଜନା ଆସିବ କେବେ? ପିଇବାକୁ ସୁଦ୍ଧ ପାଣି ମିଳିବ କେବେ?” ବୋଲି ଗ୍ରାମବାସୀ ମାନେ ପ୍ରଶ୍ନ କରୁଛନ୍ତି । ସମ୍ପୂର୍ଣ୍ଣ ଖେତ୍ରକୁ ନଜର ପକାଇ ଗ୍ରାମର ପାଣି ସମସ୍ୟା ଉପରେ ଜରୁରୀ ଭାବେ ପଦକ୍ଷେପ ନିଆଯିବା ଦରକାର – ଗ୍ରାମବାସୀଙ୍କ ଏହି ଆହ୍ୱାନ ଉପରେ ସରକାର କେତେ ଗୁରୁତ୍ୱ ଦେଇଥାଏ, ତାହା ଦେଖିବାକୁ ବାକୀ ଅଛି ।