ଢେଙ୍କାନାଳ ସ୍ଥିତ ଜୟ ଗୋପାଳ ମଠରେ ବହୁ କବି ଲେଖକଙ୍କ ଉପସ୍ଥିତିରେ କବି ପ୍ରକାଶ ଚନ୍ଦ୍ର ରାଉତଙ୍କ ତୃତୀୟ କବିତା ସଂକଳନ “ପାପୁଲିଏ ବିଶ୍ୱାସ “ପାଠକାର୍ପଣ ହୋଇଛି ପ୍ରଜ୍ଞାମୟୀ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ଉତ୍ସବରେ ବିଶିଷ୍ଟ ଗାଳ୍ପିକ ସୁଶୀଳ କୁମାର ନନ୍ଦ ସଭାପତିତ୍ବ କରିଥିଲେ ଏବଂ ଅବସର ପ୍ରାପ୍ତ ବିଚାରପତି ଭିକାରୀ ଚରଣ ରାଉତ ମୁଖ୍ୟଅତିଥି, ଡ଼ଃ. ପୁଷ୍ପଲତା ରଥ ମୁଖ୍ୟବକ୍ତା ଏବଂ ସୋମେନ୍ଦୁ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | କବି ବୈକୁଣ୍ଠନାଥ ଦ୍ବିବେଦୀ ଅତିଥି ପରିଚୟ ପ୍ରଦାନ କରିଥିଲେ । କବି ଶ୍ରୀ ରାଉତ ନିଜ ଅଭିବ୍ୟକ୍ତି ରଖିଲା ପରେ କବି ତଥା ଅଧ୍ୟାପକ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ସାହାଣୀ ପୁସ୍ତକରେ ସ୍ଥାନ ପାଇଥିବା କବିତା ଗୁଡିକର ଆଲୋଚନା ରଖିଥଲେ | ବନଫୁଲ ପ୍ରକାଶନୀ ଦ୍ୱାରା ପ୍ରକାଶିତ ଉକ୍ତ କବିତା ସଂକଳନରେ ସ୍ଥାନ ପାଇଥିବା ସମସ୍ତ 51ଗୋଟି କବିତା ବେଶ ଉଚ୍ଚ କୋଟିର ଏବଂ ପ୍ରଭାବୀ ବୋଲି ଅତିଥି ଗଣ ଏବଂ ସମୀକ୍ଷକ ମାନେ ମତ ଦେଇଥିଲେ |ପୁସ୍ତକଟି ନିଶ୍ଚିତଭାବେ କବିଙ୍କର ଅନ୍ୟ ଦୁଇ ପୁସ୍ତକ”ଝର୍କା ସେପଟର ପୃଥିବୀ “ଏବଂ “ସତପଥିର ଶତପଦୀ “ଭଳି ପାଠକୀୟ ଆଦର ଲାଭ କରିବ ବୋଲି ଆଲୋଚକ ମାନେ ଆଶା ବ୍ୟକ୍ତକରିଥିଲେ | ପର୍ଯ୍ୟାୟ କ୍ରମେ କୁମାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ, ସୁନିତା ପଟ୍ଟନାୟକ, ବୈକୁଣ୍ଠ ନାଥ ଦ୍ବିବେଦୀ, ଦେବ ପ୍ରସାଦ ସାହୁ,ଶ୍ରୀବାସ ନାୟକ , ପ୍ରକାଶ ପରିଡା, ବିଳାସିନୀ ଶତପଥୀ ଆଦି କବିଙ୍କର ପୁସ୍ତକ ପାପୁଲିଏ ବିଶ୍ୱାସରେ ସ୍ଥାନିତ କେତୋଟି କବିତା ଆବୃତ୍ତି କରି ସଭାକୁ ରୁଦ୍ଧିମନ୍ତ କରିଥିଲେ |
ଢେଙ୍କାନାଳ ଥିଙ୍କର୍ସ ଫୋରମର ସମସ୍ତ ସଦସ୍ୟସଦସ୍ୟା ସକ୍ରିୟ ଭାବେ ସହଯୋଗ ରଖି ଉକ୍ତ ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିଥିଲେ ଏବଂ ପରିଶେଷରେ ସମାଜସେବୀ ତଥା ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର ଧନ୍ୟବଦ ଅର୍ପଣ କରିଥିଲେ ।
Next Post