ଢ଼େଙ୍କାନାଳ ଜିଲ୍ଲା ଭୁବନ ତହସିଲ ଅନ୍ତର୍ଭୁକ୍ତ ତାଳଗାଡିଆ, ନଟାକଟା ମୌଜାରେ ନିର୍ମିତ ତ୍ରୁଟିପୂର୍ଣ୍ଣ କାଡା କେନାଲକୁ ବିରୋଧ କରି ଶୁକ୍ରବାର ଶତାଧିକ ଚାଷୀ ଜଳସମ୍ପଦ ବିଭାଗର କାଡା ଡିଭିଜନ ଭୁବନ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ସୂଚନାରୁ ଜଣାପଡ଼ିଛି ଜଳସମ୍ପଦ ବିଭାଗ ଅଧୀନରେ ଥିବା ରେଙ୍ଗାଳି ବାମ କେନାଲର ଭୁବନ ଶାଖା କେନାଲରେ ଥୂବା ଗଡ଼ଗଁପୁର ମାଇନର କେନାଲର ତ୍ରୁଟିପୂର୍ଣ୍ଣ କାଡା କେନାଲ ଭାଙ୍ଗିବା ପାଇଁ ଗତ ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅନୁମତି ମାଗିଛନ୍ତି ଚାଷୀ। ସରକାରୀ ସ୍ତରରେ କାଡ଼ା କେନାଲ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ତାକୁ ବେଖାତିର୍ କରି ଠିକାଦାର ସୌମ୍ୟରଞ୍ଜନ ଦଳବେହେରା ୩ କୋଟି ଟଙ୍କା ବ୍ୟୟରେ କାଡା କେନାଲ ନିର୍ମାଣ କରୁଛନ୍ତି। ଭୁବନ ତହସିଲ ତାଳଗାଡିଆ ମୌଜାରେ କାଡା କେନାଲ ୨୦୨୪ ମସିହା ଜାନୁଆରୀ ମାସରେ ନିର୍ମାଣ ହୋଇଥିଲା। ଚାଷୀଙ୍କ ଜମି ମଝିରେ କେନାଲ ନିର୍ମାଣ ହୋଇଥିବାରୁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ଜଳସମ୍ପଦ ବିଭାଗକୁ ଚାଷୀ ଅବଗତ କରି କିଛି ଫଳ ପାଇନାହାଁନ୍ତି। ଗଁଦିଆ, ଭୁବନ ଓ ଧୀରପାଟଣାରେ ଗତବର୍ଷ ଅନୁଷ୍ଠିତ ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣିରେ ଚାଷୀମାନେ କାଡା କେନାଲକୁ ଭାଙ୍ଗି ଦେବାକୁ ନିବେଦନ କରିଥିଲେ। । ତେବେ ଏନେଇ ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେଉ ନାହାଁନ୍ତି ବୋଲି ଚାଷୀ ରାଜକିଶୋର ସାହୁ, ପାଣିପଞ୍ଚାୟତ ସମୂହ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁ, ଲିଖୂତ ଭାବେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଜଣାଇଛନ୍ତି।ତେବେ ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ ନକରାଗଲେ ଜାତୀୟ ରାଜପଥ ଉପରେ ଆମରଣ ଅନଶନ କରାଯିବା ନେଇ ଚରମ ବାଣୀ ଶୁଣାଇଛନ୍ତି ଚାଷୀ । ଭୁବନ ଜଳସଂପଦ କୃଷକ ତାଲିମ୍ କେନ୍ଦ୍ର ପରିସରରେ ଆୟୋଜିତ ପରିବେଶ ସଂପର୍କିତ କର୍ମଶାଳାରେ ସତାଧିକା ଚାଷୀ ଜାପାନ ପ୍ରତିନିଧିଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ସମୟରେ ରେଙ୍ଗାଲି ବାମ କେନାଲ ପରମର୍ଶଦାତା ଯୁଗଳ କିଶୋର ତ୍ରିପାଠୀ, ଭୁବନ ଡିଭିଜନ ଯନ୍ତ୍ରୀ ଇଂ ଦୁଃଖୁ କିସ୍କୁ ଉପସ୍ଥିତ ଥିଲେ। ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରେମଲତା ସାହୁ, ସନ୍ତୋଷ ପୋଥାଳ, ଅନୁକୂଳ ପୋଥାଳ, ରଥ ସେଠୀ, ପ୍ରତାପ ନାୟକ, ବିିଜୟ ମାହୁନ୍ତ, ଅଞ୍ଜନ ଦାସ, ରମା ସାହୁ, ନିରୁପମା ସାହୁ, ବୈଜୟନ୍ତି ସାହୁ, ସରୋଜ ଜେନା, ଭୁବନ ସାମଲ, ରାଜକିଶୋର ସାହୁ ଙ୍କ ସମେତ ବହୁ ଚାଷୀ ଙ୍କ ସମେତ ସତାଧିକା ଚାଷୀ ଉପସ୍ଥିତ ଥିଲେ।