ଢ଼େଙ୍କାନାଳ : ପୂର୍ବତନ ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କର ଶୋକ ଓ ସ୍ମୃତିଚାରଣ ସଭା ହିନ୍ଦୋଳ ଟାଉନ୍ ହଲ୍ ଠାରେ ମନୋରଞ୍ଜନ ନାୟକଙ୍କ ସଭାପତିତ୍ବରେ ହିନ୍ଦୋଳ ବିଜେପି ପକ୍ଷରୁ ପାଳିତ ହୋଇଯାଇଛି। ଏହି ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଜୟ କୁମାର ଦାଶ, ଜିଲ୍ଲା ସଦସ୍ୟ ଶ୍ରୀପତି ସାହୁ, ପୂର୍ବତନ ଏନ୍ଏସି ଅଧ୍ୟକ୍ଷା ରୀନାରାଣୀ ବେହେରା, ଦଣ୍ଡଧର ବେହେରା ଓ ସ୍ୟୈଭାଗିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ସ୍ମୃତିଚାରଣ କରିଥିଲେ। ଉକ୍ତ ଶୋକ ସଭାରେ ହିନ୍ଦୋଳ ବିଜେପି କାଉନସିଲର ମାନେ ଓ ବିଜେପି କର୍ମୀ ମାନେ ବହୁ ସଂଖ୍ୟାରେ ଯୋଗଦାନ କରି ଡ଼କ୍ଟର ପ୍ରଧାନଙ୍କର ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ୍ ନିରବ ପ୍ରଧାନ କରିଥିଲେ। ଶେଷରେ ନଗର ବିଜେପି ସଭାପତି ସନ୍ତୋଷ ବେହେରା ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ।