ରାସାୟନିକ ଦୁର୍ଘଟଣାର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲାପାଳ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ, ରାସାୟନିକ ଦୁର୍ଘଟଣାର ସଫଳ ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛିି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ଅଧ୍ୟକ୍ଷତା କରିଥିଲେ । ଜିଲ୍ଲାରେ ଥିବା ସମସ୍ତ ଶିଳ୍ପାନୁଷ୍ଠାନ ଗୁଡିକରେ କର୍ମଚାରୀ ଓ ସଂଲଗ୍ନ ଅଂଚ଼ଳବାସୀଙ୍କ ଧନ ଜୀବନ ରକ୍ଷା ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି କରିବାକୁ ପରାମର୍ଶ ଦେଇଛନ୍ତି । ରାସାୟନିକ ଦୁର୍ଘଟଣାକୁ ପ୍ରଶମିତ କରି ଧନଜୀବନ ରକ୍ଷା କୌଶଳ ପ୍ରଦର୍ଶନ ନିମନ୍ତେ ଆସନ୍ତା ୨୮ ତାରିଖ ଦିନ ଟାଟା ଷ୍ଟିଲ, ମେରାମୁଣ୍ଡଳୀରେ ଏକ ମକ୍ ଡ୍ରିଲର ଆୟୋଜନ ହେବ। ସମସ୍ତ ଶିଳ୍ପାନୁଷ୍ଠାନ, ଅଗ୍ନିଶମ ବିଭାଗ, ସ୍ଵାସ୍ଥ୍ୟ ବିଭାଗ, ପୋଲିସ, ଯୋଗାଣ ବିଭାଗ, ଆଁଚ଼ଳିକ ପରିବହନ, ଖାଦ୍ୟ ଯୋଗାଣ, ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର, ଓଡ୍ରାଫ ଟିମ ଆଦିର ସହଯୋଗରେ ଏହି ମକ୍ ଡ୍ରିଲ କିଭଳି ଆୟୋଜନ କରାଯିବ ସେ ସଂପର୍କରେ ଜିଲ୍ଲା ଆପାତ୍ କାଳୀନ ଅଧିକାରୀ ଶ୍ରୀ ସୁଦିପ୍ତ କୁମାର ସାହୁ ଅବଗତ କରାଇଥିଲେ l ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ନୀଳମଣି ଦିଲ୍ଲିପ୍ କୁମାର ଚାନ୍ଦ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ନିରଞ୍ଜନ ପାଢୀ, ଜିଲ୍ଲାର ଶିଳ୍ପାନୁଷ୍ଠାନ କର୍ମକର୍ତ୍ତା, ଓଡ୍ରାଫର ସଦସ୍ୟଗଣ, ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ l

Leave A Reply

Your email address will not be published.

twenty − six =