ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବଜେଡି କାର୍ଯ୍ୟାଳୟଠାରେ ବିଜୁ ଜନତା ଦଳର କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ୭୬ତମ ଗଣତନ୍ତ୍ର ଦିବସ ପାଲନ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଦେଶ ତଥା ରାଜ୍ୟର ବରପୁତ୍ରମାନଙ୍କ ଫଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞଳୀ ଜ୍ଞାପନ କରାଯାଇଥିଲା। ବରିଷ୍ଠ ବିଜେଡି ନେତା ଆଡଭୋକେଟ ପତିତପାବନ ମହାପାତ୍ର ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଉପସ୍ଥିତ ରହି ଜାତୀୟ ପତାକା ଉତୋଳନ କରିଥିଲେ। ସମବେତ କାର୍ଯ୍ୟକର୍ତା ଜାତୀୟ ସଙ୍ଗୀତ ଗାନ କରିବା ପରେ ଶ୍ରୀ ମହାପାତ୍ର ନିଜ ବ୍ୟକ୍ତବ ରଖି କହିଥିଲେ ଯେ ଭାରତ ସମ୍ବିଧାନଏବେ ବିପଦରେ ଆମ ସମସ୍ତଙ୍କୁ ତାର ସୁରକ୍ଷା ପାଇଁ ଆଜିର ଦିନରେ ସଂକଳ୍ପ ନେଇ କାର୍ଯ୍ୟ କରିବାକୁ ପଡିବ। ନଚେତ ଭବିଷ୍ୟତ ଅନ୍ଧକାରମୟ ହେଇଯିବ। ପରେ ଅସହାୟ ମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣଂଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲା ମହିଳା ସଭନେତ୍ରୀ ସାଗରିକା ମିଶ୍ର, ଛାତ୍ର ସଭାପତି ସୁରଜ ମହାପାତ୍ର, ଉପ-ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ଜିଲା ଆଇନସେଲ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ପାତ୍ର, ଜିଲା ବିଜେଡି ଉପସଭାପତି ସୁକାନ୍ତ କୁମାର ମିଶ୍ର, ମହିଳା ବିଜେଡି ଉପ ସଭନେତ୍ରୀ ଉର୍ବଷୀ ମହାପାତ୍ର , କାଉନସିଲର ବଂଶୀଧର ଦଳେଇ, ସନ୍ଦୀପ ଷଡଙ୍ଗୀ, ସାଗିର ମହମ୍ମଦ,ଦିପୀରଞନ ସେଠୀ, ଅଜୟ କୁମାର ଭଞ, ଜିଲା ସାଧାରଣ ସମ୍ପାଦିକା ଶ୍ରଦ୍ଧାଞଳୀ ସାହୁ, ଜିଲା ସମ୍ପାଦକ ଗଙ୍ଗାଧର ରାଉତ, ରଞନ ନାୟକ, ମାନସ ମହାରଣା, ରାଜୁ ପାଣ୍ଡେ, ବିମଳ ନାୟକ, ଆଷୁତୋଷ କର ପ୍ରମୁଖଙ୍କ ସମେତ ବିଜୁ ଜନତା ଦଳର ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମକୁ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର ପରିଚାଳନା କରିଥିଲେ।