ସାଇ ସତ୍‌ସଙ୍ଗ ସେବା ଟ୍ରଷ୍ଟର ମହିଳା ରକ୍ତଦାନ ଶିବିର : ୫୩ ୟୁନିଟ୍ ରକ୍ତ ସଂଗ୍ରହ !

ଢେଙ୍କାନାଳ : “ରକ୍ତଦାନ ମହାନ ଦାନ ” ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ସାଇ ସତସଙ୍ଗ ସେବା ଟ୍ରଷ୍ଟର ମହିଳା ସଦସ୍ୟାବୃନ୍ଦା ନାରୀ ଆଜି ଅବଳା ଦୁର୍ବଳକ୍ଷ ନୁହେଁ, ସେ ସର୍ବ ସହା । ଆଜି ସେହି ନାରୀ ମାନେ ରକ୍ତ ଦାନକରି ଅନ୍ୟର ଅମୂଲ୍ୟ ଜୀବନ ବଂଚାଇବାକୁ ଅଂଟାଭିଡିଛନ୍ତି । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପୁରୁଷ ସହ ସମକକ୍ଷ ବୋଲି ପରିଚୟ ଦେଇଛନ୍ତି । ଆଜି ପୂର୍ବାହ୍ନ ୧୦ଘଟିକା ସମୟରେସ୍ଥାନୀୟ ବାଣିଜ୍ୟ ଭବନ ପରିସର ମଧ୍ୟରେ ସାଇ ସତସଙ୍ଗ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଏକ ମହିଳା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଶିବିରକୁ ପୌରଯନ୍ତ୍ରୀ ଶ୍ରୀମତୀ ରଶ୍ମିତା ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ, ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟ ନିର୍ବାହୀଅଧିକାରୀ ସୁଜାତା ପ୍ରିୟଦର୍ଶିନୀ, ରୋଜାଲିନ୍ ବେହେରା, ରୋଟାରିଆନ୍ ରାଜ କିଶୋର ବେହରୋ ଓ ଟ୍ରଷ୍ଟର ଅଧକ୍ଷ ଶିବ ପ୍ରସାଦପଣ୍ଡା ପ୍ରମୁଖ ଉଦଘାଟନ କରିଥିଲେ । ଶିବିରରେ ମୋଟ ୫୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସାଇ ସେବା ଟ୍ରଷ୍ଟର ମହିଳା ସଭାପତି ଗୀତାଞ୍ଜଳିମହାପାତ୍ର, ସମ୍ପାଦିକା ଶାନ୍ତିଲତା ବେହେରା ଓ ଟ୍ରଷ୍ଟ ର କର୍ମକର୍ତାଙ୍କ ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ରକ୍ତ ଭଣ୍ଡାର ଟେକନିସିଆନଅଜୟ କୁମାର ସ୍ୱାଇଁ, ତପନ ଜେନା, ରୋହିତ ଦାସ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

3 × 1 =