ଧାନବିଲ ବୁଲି କ୍ଷୟକ୍ଷତି ଦେଖିଲେ କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା !

ଢେ଼ଙ୍କାନାଳ: ଡିସେମ୍ବର ମାସରେ ଅଦିନିଆ ବର୍ଷା ସାଂଗକୁ ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀ ମାନଙ୍କର ବର୍ଷକର ଆହାର ଛଡ଼ାଇ ନେଇଛି। ଧାନ କ୍ୱିଣ୍ଟାଲ ୩୧୦୦ ଟଙ୍କାରେ ବିକିବାକୁ ମନ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ବିଧାୟକ ଶତୃଘ୍ନ ଜେନା ଭୁବନ ଅଞ୍ଚଳରେ ବିଭିନ୍ନ ଧାନକ୍ଷେତ ବୁଲି ଚାଷୀମାନଙ୍କର ସମସ୍ୟା ବୁଝିବା ସହ ତୁରନ୍ତ କ୍ଷୟକ୍ଷତି ଆକଳନ କରିବା ପାଇଁ ବିଭାଗିୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓ ଚାଷୀମାନଙ୍କର କ୍ଷତି ପୂରଣ ପାଇଁ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରକାଶ କରିଛନ୍ତି। ବିଧାୟକଙ୍କ ସହିତ ଭୁବନ ବ୍ଲକ କୃଷି ଅଧିକାରୀ ଭାଗ୍ୟଧର ସାହୁ ଉପସ୍ଥିତ ରହି ଅଞ୍ଚଳର ୯ ହଜାର ହେକ୍ଟରରୁ ୨୦ପ୍ରତିଶତ ବିଲରେ ଧାନ ଗଜା ହୋଇଥିବା ଜଣାଇଛନ୍ତି। ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ପ୍ରଦାନ କରିବା ସହିତ ଏଫ୍ ଏ କ୍ୟୁ ମାନ ନିର୍ଦ୍ଧାରଣରେ କୋହଳ କରିବା ପାଇଁ ଚାଷୀ ଭାଇ ମାନେ ନିବେଦନ କରିଛନ୍ତି।

Leave A Reply

Your email address will not be published.

three × five =