ପ୍ରଥମ ରାଜ୍ୟ ବିଚ୍ ପେନଚାକ୍ ସିଲାଟ ପ୍ରତିଯୋଗିତା ନିମନ୍ତେ ଢେଙ୍କାନାଳ ଜିଲ୍ଲାରୁ ୩ ପ୍ରତିଯୋଗୀ ମନୋନୀତ !

ଢ଼େଙ୍କାନାଳ : କୋଣାର୍କ ଚନ୍ଦ୍ରଭାଗା ବେଳା ଭୂମିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ନେଇ ପେନଚାକ୍ ସିଲାଟ ଆସୋସିଏସନ ଓଡିଶା ଦ୍ୱାରା ପ୍ରଥମ ରାଜ୍ୟସ୍ତରୀୟ ବିଚ୍ ପେନଚାକ ସିଲାଟ ପ୍ରତିଯୋଗିତା ଚଳିତ ମାସ ୨୭ ଓ ୨୮ ତାରିଖରେ ଅନୁଷ୍ଠିତ ହେବ, ଏହି ଖେଳ ଓଡ଼ିଶା ଅଲମ୍ପିକ ଆସୋସିଏସନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଛି । ଏହି ପ୍ରତିଯୋଗିତା ପାଇଁ ଢେଙ୍କାନାଳ ଜିଲ୍ଲାକୁ ଗୁରୁଦେବଜୀ ଗୁରୁକୁଳ ଟିମ ପ୍ରତିନିଧିତ୍ଵ କରିବା ପାଇଁ ୨୬ ତାରିଖ ଦିନ ପୁରୀ ଗସ୍ତ କରିଛନ୍ତି । ଆସୋସିଏସନର କର୍ମକର୍ତ୍ତା ପ୍ରମୁଖ ଆଜି ଟିମକୁ ଉତ୍ସାହିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ ଓ ଆଶା ରଖିଛନ୍ତି ଫେରିଲା ବେଳେ ଢେଙ୍କାନାଳ ପାଇଁ ପଦକ ଜିତି ଗୁରୁକୁଳ ତଥା ଜିଲ୍ଲା ପାଇଁ ଗୌରବ ହାସଲ କରିବା ହେବେ । ଏଥିରେ ଭାଗ ନେଉଥିବା ଖେଳାଳି ମାନେ ଇନ୍ଦ୍ରଜିତ ସାହୁ, ଆଦିତ୍ୟ ଘୋଷ ଓ ଶୁଭ୍ରାଂଶୁ ଶେଖର ସାହୁ ପ୍ରମୁଖ ବିଭିନ୍ନ ଓଜନରେ ଭାଗନେବେ । ଏହି ଗ୍ରସ୍ତରେ ଟିମ ସହିତ କୋଚ୍ ଭାବରେ ପେନଚାକ ସିଲାଟ ଆସୋସିଏସନ ଢେଙ୍କାନାଳର ସମ୍ପାଦକ ତଥା ମୁଖ୍ୟ ପ୍ରଶିକ୍ଷକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ଗସ୍ତ କରିଛନ୍ତି ।

Leave A Reply

Your email address will not be published.

three × 2 =