ଢ଼େଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ବେଗା ପଞ୍ଚାୟତ ର ଶ୍ରିମନ୍ତ ପୁର ଠାରେ ଯୁବ ସମାଜ ସେବୀ ସ୍ୱର୍ଗତ ସମ୍ୱିତ ନନ୍ଦଙ୍କ ୪୧ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏକ ସ୍ମୃତି ସଭା ଆୟୋଜନ ହୋଇଥିଲା । ଏହି ସଭାରେ ରାଜ୍ୟ ସୂଚନା ଅଧିକାର ର ଆବାହକ ପ୍ରଦୀପ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ।ଏହି ସଭାରେ ସମ୍ମାନିତ ଅତିଥି ରୂପେ ଢେ଼ଙ୍କାନାଳ ଜିଲ୍ଲା ସୂଚନା ଅଧିକାର ର ଜିଲ୍ଲା ଆବାହକ ପ୍ରିୟବ୍ରତ ଗଡନାୟକ, ବରିଷ୍ଠ ଜାତୀୟ ଗ୍ରୀନ ଟ୍ରିବ୍ୟୁ ନାଲ ର ବରିଷ୍ଟ ଓକିଲ ଦିଲୀପ ସାମନ୍ତରାୟ, ପୂର୍ବତନ ସରପଞ୍ଚ ମଙ୍ଗରାଜ ବାରିକ, ବେଗା ପଞ୍ଚାୟତ ର ସରପଞ୍ଚ ରାହୁଲ ରାୟ ମହାଳିକ ,ମନରେଗା ର ପୂର୍ବତନ ଲୋକପାଳ ଅମରେନ୍ଦ୍ର ମଲ୍ଲ ଯୋଗଦାନ କରିଥିଲେ ।ଏହି ସଭାରେ ଉପସ୍ଥିତ ଗରିବ ଆଦିବାସୀ ମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା । ଏହି ଶୀତବସ୍ତ୍ର ବଣ୍ଟନ କୁ ସ୍ୱର୍ଗତ ସମ୍ୱିତ ନନ୍ଦ ଙ୍କ ର ଏକମାତ୍ର କନ୍ୟା” ସମୀକ୍ଷା ନନ୍ଦ” ଶୁଭାରମ୍ଭ କରିଥିଲେ । ଏହି ସଭା କୁ ବିଶିଷ୍ଟ ଯୁବ ନେତା ଟଙ୍କଧର ବାରିକ ସୁଚାରୁ ରୂପେ ପରିଚାଳନା କରିଥିଲେ ଓ ସ୍ଥାନୀୟ ଆଦିବାସୀ ନେତା ପ୍ରହଲ୍ଲାଦ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ ।