ଢେଙ୍କାନାଳ: ଭାରତର ପଡୋଶୀ ରାଷ୍ଟ୍ର ବଙ୍ଗଳାଦେଶରେ ଇସ୍ଲାମିକ୍ କଟ୍ଟରପନ୍ଥୀ ମାନଙ୍କ ଦ୍ୱାରା ବର୍ତମାନହିନ୍ଦୁ ଓ ସଂଖ୍ୟାଲଘୁ ନାଗରିକମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଯଥା-ଲୁଟ୍ପାଟ୍, ହତ୍ୟା, ମରଣାନ୍ତକ ଆକ୍ରମଣ,ପୋଡାଜଳା ଇତ୍ୟାଦି ଅତ୍ୟନ୍ତ ଉଦ୍ବେଗଜନକ ଭାବେ ବଢି ଚାଲିଛି । ମହିଳାମାନଙ୍କ ଉପରେ ମଧ୍ୟ ଅସଦାଚରଣ ଓଧର୍ଷଣ ଭଳି ସଙ୍ଗୀନ ଅତ୍ୟାଚାର ହେଉଛି । ସେଠାକାର ସରକାର ଓ ସରକାରୀ ସଂସ୍ଥାଗୁଡିକ ନିରବଦ୍ରଷ୍ଟା ସାଜିଛନ୍ତି ।ଇସ୍କନ୍ର ମୁଖ୍ୟ ସନ୍ୟାସୀ ଚିନ୍ମୟ କୃଷ୍ଣ ଦାସ ହିନ୍ଦୁମାନଙ୍କର ନେତୃତ୍ୱ ନେଇ ପ୍ରତିବାଦ କରିବାରୁ ତାଙ୍କୁ ମିଥ୍ୟା ଦେଶଦ୍ରୋହମାମଲାରେ କାରବାସକୁ ପଠାଯାଇଅଛି । ସେଥିପାଇଁ ଢେଙ୍କାନାଳ ଜିଲ୍ଲାର ମଠ, ମନ୍ଦିର, ସାଧୁ ସନ୍ଥ, ବିଭିନ୍ନ ସଂଗଠନଓ ଜନସାଧାରଙ୍କ ଉଦ୍ବେଗକୁ ଦୃଷ୍ଟିରେ ରଖି ସେମାନଙ୍କ ସକ୍ରିୟ ସହଯୋଗରେ ହିନ୍ଦୁ ସୁରକ୍ଷା ମଂଚ, ଢେଙ୍କାନାଳ ତରଫରୁଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଆସନ୍ତା ତା.୦୬.୧୨.୨୦୨୪ରିଖ ଶୁକ୍ରବାର ଦିନ ଆହ୍ୱାନ କରାଯାଇଛି ।ଉକ୍ତ ଦିନ ସକାଳ ଘ.୧୦.୩୦ମି. ଠାରୁ ଘ.୧.୩୦ମି. ମଧ୍ୟରେ ସ୍ଥାନୀୟ ବାଜିଚୌକ ଛକ ଠାରୁ ଏକ ବିଶାଳଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହେବ ଓ ଜିଲ୍ଲାପାଳଙ୍କ ଜରିଆରେମହାମହିମ ରାଜ୍ୟପାଳ, ଓଡିଶା ମହୋଦୟଙ୍କୁ ଏକ ଚାରିଦଫା ସମ୍ବଳିତ ଦାବୀ ଯଥା ଇସ୍କନ୍ ସନ୍ୟାସୀ ଚିନ୍ମୟ କୃଷ୍ଣଦାସଙ୍କୁ କାରାଗାରରୁ ମୁକ୍ତ କରି ତାଙ୍କ ନାମରେ ମିଥ୍ୟା ମୋକଦ୍ଦମା ପ୍ରତ୍ୟାହାର କରାଯାଉ, ବଙ୍ଗଳାଦେଶରେ ହିନ୍ଦୁ ତଥାସଂଖ୍ୟାଲଘୁଙ୍କ ଉପରେ ହତ୍ୟା, ଲୁଟ୍, ଧର୍ଷଣ ଇତ୍ୟାଦୀ ଅତ୍ୟାଚାର ବନ୍ଦ ହେଉ ଏବଂ ସେମାନଙ୍କୁ ଶାନ୍ତିପୂର୍ଣ୍ଣ ସହବସ୍ଥାନସେଠାକାର ସରକାର ସୁନିଶ୍ଚିତ କରନ୍ତୁ, ହିନ୍ଦୁମାନଙ୍କ ଉପରେ ଅତ୍ୟାଚରରେ ସଂପୃକ୍ତ ଅପରାଧୀମାନଙ୍କ ବିରୁଧରେଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଆନ୍ତର୍ଜାତୀୟ ମାନବିକ ଅଧିକାର ସଂସ୍ଥା ଓ ମିଳିତ ଜାତିସଂଘ ତୁରନ୍ତ ହସ୍ତକ୍ଷେପକରି ସେଠାକାର ସରକାରଙ୍କ ଉପରେ ଚାପ ପ୍ରୟୋଗ କରି ଉତ୍ପୀଡନକୁ ବନ୍ଦ କରନ୍ତୁ ବୋଲି ଏକ ସ୍ମାରକପତ୍ର ପ୍ରଦାନକରାଯିବ । ଏହି ପରିପ୍ରେକ୍ଷୀରେ ଆଜି ହିନ୍ଦୁ ସୁରକ୍ଷା ମଂଚ, ଢେଙ୍କାନାଳ ଜିଲ୍ଲା ତରଫରୁ ସଂଯୋଜକ ନିରାକାର ସାମନ୍ତରାୟଙ୍କଅଧ୍ୟକ୍ଷତାରେ ସ୍ଥାନୀୟ ଦକ୍ଷିଣକାଳୀସ୍ଥିତ ଢେଙ୍କାନୀଳୟ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହିସାମ୍ବାଦିକ ସମ୍ମିଳନୀରେ କାପୁଡିଆ ସମାଜ ରାଜ୍ୟ ସଭାପତି ତଥା ବରିଷ୍ଠ ଆଇନ୍ଜୀବୀ ନବ କିଶୋର ଗୁରୁ, ଭାରତବିକାଶ ପରିଷଦ ରାଜ୍ୟ ଉପସଭାପତି ବାବୁ ଚାନ୍ଦ ମହାଳିକ ପ୍ରମୁଖ ଉପସ୍ଥିତ ରହି ଢେଙ୍କାନାଳର ଜନସାଧାରଣ, ବୁଦ୍ଧିଜୀବୀ,ବ୍ୟବସାୟୀ ସଂଗଠନ, ଯୁବକ, କଲେଜ୍ ଛାତ୍ରଛାତ୍ରୀ, ସମସ୍ତ ଧର୍ମ ଓ ସାମାଜିକ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମରେ ସମିଲ୍ହେବା ପାଇଁ ଅନୁରୋଧ କରିଥିଲେ ।