ହିନ୍ଦୋଳ ବ୍ଲକରେ ବ୍ଲକସ୍ତରୀୟ ମୋ ଢେଙ୍କାନାଳ ମହୋତ୍ସବ ୨୦୨୪ ଅନୁଷ୍ଠିତ !

ଢ଼େଙ୍କାନାଳ :ହିନ୍ଦୋଳ ବ୍ଲକର ରାସୋଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ୬ଷ୍ଠ ପ୍ରତିଷ୍ଠା ଦିବସ ଉପଲକ୍ଷେ ଗୁରୁଦେବଜୀ ଫାଉଣ୍ଡେସନ ତରଫରୁ ହିନ୍ଦୋଳ ବ୍ଲକ ନିମନ୍ତେ ବ୍ଲକ ସ୍ତରୀୟ ମୋ ଢେଙ୍କାନାଳ ମହୋତ୍ସବ ଓ ମୋ ପ୍ରତିଭା ମୋ ପରିଚୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।।ଏହି ବ୍ଲକସ୍ତରୀୟ ମହୋତ୍ସବକୁ ପୂର୍ବତନ ସାଂସଦ ମହେଶ ସାହୁ ଉଦ୍ଘାଟକ ତଥା ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ମୋ ଢେଙ୍କାନାଳ ବ୍ଲକ ଆବାହକ ତଥା ଯୁବ ସାମ୍ବାଦିକ ଶ୍ରୀକାନ୍ତ ମହାପାତ୍ର ,ସମାଜସେବୀ ଶୁଭେନ୍ଦୁ କୁମାର ଦାସ, ସଂଯୁକ୍ତା ବେହେରା, ପ୍ରଶାନ୍ତ ଦାସ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନାଦି ଚରଣ ନାଏକ ଏବଂ ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ପ୍ରମୁଖ ଯୋଗଦେଇ ଉଦ୍ଘାଟନ ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଯଥା ଚିତ୍ରାଙ୍କନ, ପ୍ରବନ୍ଧ, ବକ୍ତୃତା, ସଙ୍ଗୀତ, ନୃତ୍ୟ ଓ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ହିନ୍ଦୋଳ ବ୍ଲକର ବିଭିନ୍ନ ସ୍କୁଲର ପ୍ରାୟ ୨୦୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇ ତାଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ ଏବଂ ଏଥିରେ ବିଚାରକ ରୂପେ ବିଜୟ କୁମାର ମିଶ୍ର, ମମତା ମହନ୍ତଙ୍କ ସମେତ ବରିଷ୍ଠ ସଦସ୍ୟସଦସ୍ୟା ଯୋଗଦେଇ ପ୍ରତିଭାର ମୂଲ୍ୟାଙ୍କନ କରି ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ କୃତି ପ୍ରତିଯୋଗୀଙ୍କୁ ମନୋନିତ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ଉପ-ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ଯୋଗ ଦେଇ ମୋ ଢେଙ୍କାନାଳର ଏହି ନିଆରା କାର୍ଯ୍ୟକ୍ରମ କରିଥିବାରୁ ଚ୍ୟାନେଲକୁ ଧନ୍ୟବାଦ୍ ଦେବା ସହ ଏହାର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କୁ ଭୂୟଂସି ପ୍ରଶଂସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାର ଦ୍ଵିତିକୃଷ୍ଣ ସାହୁ ପ୍ରମୁଖ ଯୋଗଦେଇ ମୋ ଢେଙ୍କାନାଳର ଏହି ପ୍ରୟାସକୁ ସ୍ୱାଗତ ଜଣାଇବା ସହ ସାଧୁବାଦ ଜଣାଇଥିଲେ । ଗୁରୁଦେବଜୀ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ମୋ ଢେଙ୍କାନାଳର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ପ୍ରଥମେ ମୋ ଢେଙ୍କାନାଳର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିବା ପରେ ସମସ୍ତ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ସଦସ୍ୟସଦସ୍ୟା ଓ ସହଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ଓ କହିଥିଲେ ଜିଲ୍ଲା ପ୍ରତି ସମର୍ପିତ ହୋଇ ସମସ୍ତେ ପ୍ରେମରେ କୁହନ୍ତୁ ମୋ ଢେଙ୍କାନାଳ ! ଏହି କାର୍ଯ୍ୟକ୍ରମକୁ ଗୁରୁଦେବଜୀ ଫାଉଣ୍ଡେସନର ପ୍ରତାପ ନାଏକ, ଲିଙ୍କନ ପତି ଓ ଲିଟୁ ଦେହୁରୀଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକ ଆବାହକ ତଥା ଯୁବ ସାମ୍ବାଦିକ ଶ୍ରୀକାନ୍ତ ମହାପାତ୍ର ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

4 + 6 =