“ଯୁବଶକ୍ତି” ପକ୍ଷରୁ ବୁଲା ପଶୁ ପକ୍ଷୀଙ୍କୁ ଶୁଖିଲା ଖାଦ୍ୟ ସହ ପିଇବା ପାଇଁ ପାନୀୟ ଜଳ ପ୍ରଦାନ !

ଢ଼େଙ୍କାନାଳ : “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଅଞ୍ଚଳରେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ବୁଲା ଗାଈ ଗୋରୁ, କୁକୁର, ମାଙ୍କଡ଼ ମାନଙ୍କୁ ଶୁଖିଲା ଖାଦ୍ୟ ଦିଆଯାଇଥିଲା।

ଏବେ ଭୀଷଣ ଖରା ୪୫% ଡିଗ୍ରୀ ତାପମାତ୍ରା ରହିବା ସହ ଗ୍ରୀଷ୍ମପ୍ରବାହ ଲାଗି ରହି ଅଛି । ଯାହା ଫଳରେ ବୁଲା ଗାଈ ଗୋରୁ, କୁକୁର, ମାଙ୍କଡ଼ ମାନେ ଖାଦ୍ୟ ଅନ୍ୱେଷଣ ର ସମ୍ମୁଖିନ ହେଉ ଅଛନ୍ତି, ଏହା କୁ ଦୃଷ୍ଟି ରେ ରଖି ଯୁବଶକ୍ତି ପକ୍ଷରୁ ଜିଲ୍ଲାର ସମସ୍ତ ଅଞ୍ଚଳରେ ପଶୁ ପକ୍ଷୀ, ବୁଲା ଗାଈ ଗୋରୁ, କୁକୁର, ମାଙ୍କଡ଼ ମାନଙ୍କୁ ସବୁବେଳେ ଶୁଖିଲା ଖାଦ୍ୟ ସହ ପିଇବା ପାଇଁ ପାନୀୟ ଜଳ ଦିଆଯାଉ ଅଛି ।

ଆଜିର ଦୁନିଆ ରେ ଆମ ସମସ୍ତଙ୍କର କିଛି ନା କିଛି ଦାୟିତ୍ବ ଅଛି, ଆସନ୍ତୁ ଆଜି ଠାରୁ ଆମେ ସମସ୍ତେ ଶପଥ ନେବା ରାସ୍ତା କଡର ବୁଲା ଗାଈ ଗୋରୁ, କୁକୁର ମାନଙ୍କୁ କିଛି ଶୁଖିଲା ଖାଦ୍ୟ ଓ ପାଣି ପିଇବା ପାଇଁ ଦେବା ଏହା ଆମ ସମସ୍ତ ଙ୍କର ଦାଇତ୍ଵ ଓ କର୍ତ୍ତବ୍ୟ, ଆଜିର ଏହି କାର୍ଯ୍ୟକ୍ରମ ରେ ଯୁବଶକ୍ତି ର ଶୁଭମ ବାରିକ, ରଶ୍ମିକାନ୍ତ ସାହୁ, ରଞ୍ଜନ ସାହୁ ପ୍ରମୁଖ ସାମିଲ ହୋଇଥିଲେ

Leave A Reply

Your email address will not be published.

fifteen − thirteen =