“ଆମ ପ୍ରତିଭା ଆମ ସମ୍ମାନ” ପକ୍ଷରୁ ଗୋପବନ୍ଧୁ ଜନ୍ମ ଜୟନ୍ତୀ ପାଳିତ !

ଢେଙ୍କାନାଳ : ଢେଙ୍କାନାଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଆମ ପ୍ରତିଭା ଆମ ସମ୍ମାନ” ଓ “ଉତ୍କଳ ସମ୍ମିଳନୀ”ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି । “ଆମ ପ୍ରତିଭା ଆମ ସମ୍ମାନ” ପ୍ରତିଷ୍ଠାତାତଥା ପୂର୍ବତନ ସାଂସଦ ମହେଶ ସାହୁ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିଗୋପବନ୍ଧୁଙ୍କ ଆଦର୍ଶ ଓ ଜୀବନ ଶୈଳୀ ସଂପର୍କରେ ଉଦ୍‌ବୋଧନ ଦେଇଥିଲେ । ପୂର୍ବାହ୍ନ ୮ ଘଟିକା ସମୟରେ ଗୋପବନ୍ଧୁଟାଉନ୍ ହଲ୍ ସମ୍ମୁଖରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାସୁମନ ଜଣାଇବା ପାଇଁ ସେଠାରେ ଆମ ପ୍ରତିଭା ଆମ ସମ୍ମାନ ସଦସ୍ୟ, ଉତ୍କଳସମ୍ମିଳନୀର ସଦସ୍ୟ, ଥିଙ୍କର୍ସ ଫୋରମ୍‌ର ସଦସ୍ୟମାନେ ପହଁଚିଥିବାବେଳେ ଗୋପବନ୍ଧୁ ଟାଉନ୍ ହଲ୍‌ର ଗେଟ୍‌ଟି ତାଲା ପଡିବାଅବସ୍ଥାରେ ଦେଖିବାକୁ ପାଇଥିଲେ । ଏହାକୁ ନେଇ ସେଠାରେ କ୍ଷୋଭ ପ୍ରକାଶ ପାଇଥିଲା । ପୌରସଂସ୍ଥା ପକ୍ଷରୁ ବିଭିନ୍ନମହାପୁରୁଷମାନଙ୍କର ଜୟନ୍ତୀ ପାଳନ କରାଯିବା ପାଇଁ ଥିବାବେଳେ ପୌର ପ୍ରଶାସନ ପକ୍ଷରୁ ଗେଟ୍‌ରେ ତାଲା ପକାଇ ରଖାଯିବାନିନ୍ଦନୀୟ ଘଟଣା ବୋଲି ଉପସ୍ଥିତ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଥିଲେ । ପରେ ପୌର କର୍ମଚାରୀଙ୍କ ସହ ଯୋଗାଯୋଗକରାଯାଇ ଗେଟ୍ ଖୋଲାଯିବା ପରେ ଗୋପବନ୍ଧୁଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।ଏହି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସମୟରେ ସମାଜସେବୀ ଭରତ କୁମାର ଦାସ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସଦାନନ୍ଦ ସେଠୀ,ଅବସରପ୍ରାପ୍ତ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମୋଦ ନାୟକ,ଆଇନ୍‌ଜୀବୀ ନବ କିଶୋର ସାହୁ ଓ କିଶାନ ବିଶ୍ୱାଳ,ଶ୍ୟାମସୁନ୍ଦର ସାହୁ, ଦୁଷ୍ମନ୍ତ ମହାନ୍ତି, ଶେଖର ସେଠୀ, ଉତ୍କଳ ସମ୍ମିଳନୀର ଅକ୍ଷୟ କୁମାର ମହାନ୍ତି, କବି ବିଦ୍ୟାଧର ବାରିକ,ବିନୟ ପାତ୍ର, ଥିଙ୍କର୍ସ ଫୋରମ୍‌ର ସଭାପତି ସୌମେନ୍ଦୁ ଶତପଥୀ, ସଂପାଦକ ପ୍ରକାଶ କୁମାର ରାଉତ, ଅବିନାଶ ପଟ୍ଟନାୟକ,ବିଭୁ ଦ୍ୱିବେଦୀ, ଅଶୋକ କୁମାର ସାହୁ, ଦେବୀପ୍ରସନ୍ନ ପାଣି ପ୍ରମୁଖଙ୍କ ସହ ବହୁ ବୁଦ୍ଧିଜୀବି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

9 + 7 =