ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇଲେ ଢ଼େଙ୍କାନାଳ ମାଟିର ପୁଅ ଦମନ ଚଳଚିତ୍ରର ପ୍ରଯୋଜକ ଦୀପେନ୍ଦ୍ର !

ଢ଼େଙ୍କାନାଳ: ଓଡିଶାରେ ବହୁଳ ଆଦୃତ ଓଡିଶା ଚଳଚିତ୍ର “ଦମନ” ଶ୍ରେଷ୍ଠ ଚଳଚିତ୍ର ପୁରସ୍କାର ଲାଭ କରିଛି। ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଠାରୁ ରାଷ୍ଟ୍ରପତି ପୁରସ୍କାର ଗ୍ରହଣ କରିଛନ୍ତି “ଦମନ ” ଚଳଚ୍ଚିତ୍ର ର ପ୍ରଯୋଜକ ଦିପେନ୍ଦ୍ର ସାମଲ। ଉଲ୍ଲେଖଯୋଗ୍ୟ ପ୍ରଯୋଜକ ଦିପେନ୍ଦ୍ର ସାମଲ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଠୋକର ଗ୍ରାମରେ। ଦିପେନ୍ଦ୍ରଙ୍କ ଏତାଦୃଶ୍ୟ ଜାତୀୟ ସ୍ତରୀୟ ସଫଳତା ପାଇଁ ସମଗ୍ର ଓଡିଶାରାଜ୍ୟ ସହ ଢେଙ୍କାନାଳ ଜିଲ୍ଲା ଏବଂ ନିଜ ଜନ୍ମଭୂମି ହିନ୍ଦୋଳବାସି ଗୌରବାନ୍ୱିତ ହେବା ସହ ସମଗ୍ର ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ଖୁସିର ଲହରୀ ଖେଳି ଯାଇଛି। ଓଡିଶାର କୋଣଅନୁକୋଣରୁ ଆରମ୍ଭ କରି ସମଗ୍ର ହିନ୍ଦୋଳରୁ ଜନସାଧାରଣ, ବୁଦ୍ଧିଜୀବୀ ଓ ବହୁବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଠାରୁ ଶୁଭେଚ୍ଛାର ବାର୍ତ୍ତା ଛୁଟିବା ସହ ଦିପେନ୍ଦ୍ର ସାମଲଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ଦିପେନ୍ଦ୍ରଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ହିନ୍ଦୋଳ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ସୁଶାନ୍ତ ପତି ଓ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ବେହେରା ଶୁଭେଚ୍ଛା ଜଣାଇଛନ୍ତି। ଦିପେନ୍ଦ୍ର ପିଲାଟିବେଳୁ ଚଳଚ୍ଚିତ୍ରପ୍ରେମୀ ଥିଲେ, କିଭଳି ଓଡ଼ିଆ ଚଳଚିତ୍ରକୁ ଆଗକୁ ନେଇହେବ ଏବଂ ନୂତନ ଆଲୋକ ଦେଖାଇପାରିବେ ସେଥିପାଇଁ ସେ ସ୍ବପ୍ନ ଦେଖିବା ସହ କଠୋର ପରିଶ୍ରମ କରୁଥିଲେ । “ଦମନ ” ଚଳଚ୍ଚିତ୍ରର ଉଲ୍ଲେଖନୀୟ ସଫଳତା ପଛରେ ଦିପେନ୍ଦ୍ରଙ୍କ କଠୋର ପରିଶ୍ରମ ରହିଛି, ଯାହାକି ଆଜି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ମାଇଲଖୁଣ୍ଟ ସ୍ଥାପନ କରିପାରିଛି ।

Leave A Reply

Your email address will not be published.

13 − six =