ପୁର୍ବତନ ସୈନିକ ସଂଘ ତରଫରୁ କନିଷ୍ଠ ସ୍ବାଧିନତା ସଂଗ୍ରାମୀ ସହିଦ ବାଜିରାଉତଙ୍କ ୮୭ତମ ଶ୍ରାଦ୍ଧ ଦିବସ ପାଳନ !

ଢ଼େଙ୍କାନାଳ: ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ରାତିରେ ନିଳକଣ୍ଠପୁର ଘାଟ, ଭୁବନ, ଢେଙ୍କାନାଳ ର ବୀର ସାହାସି ନାଉରିଆ ବାଳୁତ ବାଜିରାଉତ ଯିଏକି (ଗୋରା) ସରକାରୀ ପୋଲିସଙ୍କୁ ବ୍ରାହ୍ମଣୀ ନଦୀପାରି ହୋଇ ପ୍ରଜାମଣ୍ଡଳ ଆନ୍ଦୋଳନ ଦମନ କରିବା ପାଇଁ ତାଙ୍କ ଆଦେଶ ଅମାନ୍ଯ କରି ଡଙ୍ଗା ଆଣିବାକୁ ମନାକରିବାରୁ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଅକ୍ଟୋବର ୧୧ ତାରିଖ ଦିନ ବିଶ୍ବର ସର୍ବ କନିଷ୍ଠ ସ୍ବାଧିନତା ସଂଗ୍ରାମୀ ସହିଦ ବାଜିରାଉତଙ୍କ ୮୭ତମ ଶ୍ରାଦ୍ଧ ଦିବସ ଢେଙ୍କାନାଳ ସହରର ବାଜିଚୌକ ରେ ପାଳନ କରାଯାଇଥିଲା। ଢେଙ୍କାନାଳ ପ୍ରଶାସନ ତରଫରୁ ବିଷିଷ୍ଟ ଅଧିକାରିଗଣ ତାଙ୍କ ପ୍ରତିମୁର୍ତି ରେ ମାଲ୍ୟାର୍ପଣ କରିଥିଲେ।
ଏହି ଅବସରରେ ଯୋଗଦେଇଥିବା ବ୍ୟକ୍ତିବିଶେଷ ମାନେ ହେଲେ ମାନ୍ୟବର ମନ୍ତ୍ରି କୃଷ୍ଣଚନ୍ଦ୍ର ପାତ୍ର , ଆରକ୍ଷୀ ଅଧ୍ୟକ୍ଷ ଅଭିନବ ସୋନକର, ପୌରାଧ୍ୟକ୍ଷା ଜୟନ୍ତି ପାତ୍ର, ପୌର ନିର୍ବାହୀ ଅଧିକାରୀ ସୁକାନ୍ତ କୁମାର ବେଉରା, ପୌରଯନ୍ତ୍ରୀ ରଶ୍ମିତା ମିଶ୍ର ଏବଂ ବିଷିଷ୍ଟ ସମାଜସେବୀ ରାମଚନ୍ଦ୍ର ପାତ୍ର। ଢେଙ୍କାନାଳର ପୁର୍ବତନ ସୈନିକ ସଂଘ ତରଫରୁ ପ୍ରାୟ ୩୦ ଜଣ ପୁର୍ବତନ ସୈନିକ ମଧ୍ଯ ଯୋଗ ଦେଇଥିଲେ। ସେମାନେ ହେଲେ ସଂଘର ସଭାପତି କୈଳାସ ଚନ୍ଦ୍ର ରାଉତ, ଉପସଭାପତି ବିମଳ କୁମାର ଶତପଥୀ , ବିଭୁତି ଭୁଷଣ ନନ୍ଦ, ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ହୋତା, ଯୁଗ୍ମ ସମ୍ପାଦକ ବଟକୃଷ୍ଣ ସାହୁ, ତଥା ରାମଚନ୍ଦ୍ର ମୁକୁଟ ,ଅଖୟ କୁମାର ସାହୁ, ଆର.କେ. ରାଉତ,ବିଜୟ କୁମାର ପଟ୍ଟନାୟକ, ଶିରିସ ଚନ୍ଦ୍ର ଦାସ, ଭାଗିରଥି ସାହୁ , ବିପିନ ବିହାରୀ ପ୍ରମୁଖ ଯୋଗଦେଇ ପୁଷ୍ପ ମାଲ୍ୟାର୍ପଣ କରି ସାଫଲୟ ମଣ୍ଡିତ କରି ଥିଲେ।

Leave A Reply

Your email address will not be published.

fifteen + three =