ସ୍ୱଚ୍ଛତା ହିଁ ସେବା -୨୦୨୪ ନିମନ୍ତେ ଜିଲ୍ଲା ସ୍ତରୀୟ ମାର୍ଗଦର୍ଶିକା ସଭା ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛତା ହିଁ ସେବା – ୨୦୨୪ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ସ୍ତରୀୟ ମାର୍ଗଦର୍ଶିକା ସଭା ଅନୁଷ୍ଠିତ ହେଇଯାଇଛି l ଏହି ସଭାରେ ଯୋଗଦେଇ ଜିଲ୍ଲାପାଳ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜନସାଧାରଣ ମାନଙ୍କୁ ସ୍ୱଚ୍ଛତା ସମ୍ପର୍କରେ ଅଧିକ ସଚେତନ କରାଇପରିବା l ଗୋଟେ ସୁନ୍ଦର ସାମାଜିକ ପରିବେଶ ପାଇଁ ସ୍ୱଚ୍ଛତା ର ଆବଶ୍ୟକତା ସମ୍ପର୍କରେ କହିଥିଲେ l ଏହି ପ୍ରରିପ୍ରେକ୍ଷୀରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ l ଏହି କାର୍ଯ୍ୟକ୍ରମ ଜିଲ୍ଲା, ବ୍ଲକ, ପୌରଅଞ୍ଚଳ ଓ ପଂଚାୟତ ସ୍ତରରେ କରାଯିବ l ଏହି କାର୍ଯ୍ୟକ୍ରମର ୩ଟି ମୁଖ୍ୟ ଉଦ୍ୟେଶ ହେଉଛି – ସ୍ୱଛତା ର ଭଗଦାରୀ, ସମ୍ପୂର୍ଣ ସ୍ୱଚ୍ଛତା, ସଫେଇ ମିତ୍ର ସୁରକ୍ଷା ଶିବିର l ସ୍ୱଚ୍ଛତା ର ଭାଗିଦାରୀ ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ ଯାହା ଫଳ ରେ ପରିବେଶ ସଫା ହବl ସହ ଲୋକ ମାନେ ଏହାର ମହତ୍ୱ ସମ୍ପର୍କ ରେ ଜାଣିପାରିବେ l ସମ୍ପୂର୍ଣ ସ୍ୱଚ୍ଛତା ଅନୁଯାୟୀ ପ୍ରକୃତ ଅର୍ଥରେ ଯେଉଁ ସବୁ ଅପରିଷ୍କାର ସ୍ଥାନ ମାନ ରହିଛି ଯେପରି କେଉଁ ଏକା ଜାଗା ଯେଉଁଠାରେ ବହୁତ ଅଳିଆ ଗଦା ହେଇଛି କିମ୍ବା ନାଳ, ନର୍ଦମା, ପର୍ଯ୍ୟଟନ ସ୍ଥଳି ଇତ୍ୟାଦିକୁ ଭଲ ରୂପରେ ସଫା କରି ଯେଉଁ ସ୍ଥାନରେ ବୃକ୍ଷ ରୋପଣ କରାଯାଇପାରିବ ସେ ସମସ୍ତ ଜାଗାରେ ବୃକ୍ଷ ରୋପଣ କରାଯିବ l ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଯାୟୀ ଯେଉଁ ସଫେଇ ମିତ୍ର ମାନେ ଦିନ ରାତି ପ୍ରରିଶ୍ରମ କରି ଆମର ପରିବେଶକୁ ସଫା ରଖୁଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ମାନ କରାଯିବ l ଏହାସହିତ ସେମାନଙ୍କୁ ସୁରକ୍ଷା ଉପକରଣ ପ୍ରଦାନ କରାଯିବ ତତସହିତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଜଣା କଲ୍ୟାଣକାରୀ ଯୋଜନାରେ ଯଦି କେହି ସଫେଇ ମିତ୍ର ଅନ୍ତର୍ଭୁକ୍ତ ନଥିବେ ତେବେ ତାଙ୍କୁ ସେହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ l ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ଦିଲ୍ଲୀପ କୁମାର ବିଶ୍ୱାଳ, ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ସମସ୍ତ ପୋୖରାଞ୍ଚଳର ନିର୍ବାହୀ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ l

Leave A Reply

Your email address will not be published.

3 × two =