ନୀତା ନୃତ୍ୟାଙ୍ଗନା ପକ୍ଷରୁ ନୂଆଖାଇ-୨୦୨୪ ତଥା ରାଜ୍ୟସ୍ତରୀୟ ଲୋକନୃତ୍ୟ ମହୋତ୍ସବ ପାଳିତ !

ଢେଙ୍କାନାଳ : ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ଗୃହଠାରେ ଏ ମାଟିର ଅଗ୍ରଣୀ ନୃତ୍ୟ ସଂଗୀତ ଅନୁଷ୍ଠାନ ନୀତା ନୃତ୍ୟାଙ୍ଗନା ସହରରେ ପ୍ରଥମ କରି ନୂଆଖାଇ -୨୦୨୪ ତଥା ରାଜ୍ୟସ୍ତରୀୟ ଲୋକନୃତ୍ୟ ମହୋତ୍ସବକୁ ମହାସମାରୋହରେ ପାଳନ କରିଛି ।ମହୋତ୍ସବ ଅବସରରେ ସୁଦୂର ସମ୍ବଲପୁର, ଅନୁଗୁଳ, କଟକ, ଭୁବନେଶ୍ୱର, ଯାଜପୁର ତଥା ତିଗିରିଆ ସହିତ ସ୍ଥାନୀୟ ବହୁଅନୁଷ୍ଠାନ ଯୋଗଦେଇଥିଲେ । ଅନ୍ୟୁନ ୨୦୦ ପ୍ରତିଯୋଗୀ ଏହି ଉତ୍ସବରେ ଯୋଗଦାନ କରି ସେମାନଙ୍କର ବହୁ ଚିତାକର୍ଷକଲୋକନୃତ୍ୟ ପ୍ରଦର୍ଶନ କରିଥିଲେ । ପ୍ରାତଃ କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ଓକିଲ ଦୀପକ ପ୍ରସାଦପଟ୍ଟନାୟକ, ବରିଷ୍ଠ ଶିକ୍ଷାବିତ୍ ତଥା ବିଶିଷ୍ଟ ପାଲା ଗାୟକ ଡ. ଦୁର୍ଗାମାଧବ ପୃଷ୍ଟି, ଅନୁଷ୍ଠାନର ନିର୍ଦ୍ଦେଶକ ବରିଷ୍ଠ ଶିଳ୍ପୀ ତଥାନାଟ୍ୟକାର ପରେଶ ଚନ୍ଦ୍ର ପଟ୍ଟନାୟକ, ସଂପାଦକ ତଥା ନୃତ୍ୟଗୁରୁ ଆଶିଷ କୁମାର ପାଲ୍ ଏବଂ ସଭ୍ୟାସଭ୍ୟମାନଙ୍କ ମିଳିତ ସହଯୋଗରେଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ଜାଳି ଉଦ୍‌ଘାଟନ କରିବା ପରେ ପ୍ରତିଯୋଗିତାକୁ ଆରମ୍ଭ କରାଯାଇଥିଲା । ବିଚାରକଭାବରେ ବରିଷ୍ଠ ଓଡିଶୀ ନୃତ୍ୟ ଶିଳ୍ପୀ ଗୁରୁ ସନ୍ତୋଷ କୁମାର ଦାଶ, ଗୁରୁ ଜିତେନ୍ଦ୍ର କୁମାର ଷଣ୍ଢ, ନୃତ୍ୟଶିଳ୍ପୀ ସୁଶ୍ରୀ ଅର୍ପିତା ମିଶ୍ର ପ୍ରଭୃତିଯୋଗଦାନ କରି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଚୟନ କରିଥିଲେ । ଅପରାହ୍ନ କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବରେ ସମାଜସେବୀବିରଂଚି ନାରାୟଣ ପାଣି, ସମାଜସେବୀ ତଥା ସାମ୍ବାଦିକ ଦେବାଶିଷ ମିଶ୍ର, ସେଂଟ୍ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଲିଲିଜ୍ୟୋତି କାୱା ଏବଂ ପ୍ରୋଗ୍ରାମ ଅଫିସର ସସ୍ମିତା ମିଶ୍ର, ବିଶିଷ୍ଠ ନୃତ୍ୟଶିଳ୍ପୀ ଗୁରୁ ଗୌରୀ ଶଙ୍କର ଦାଶ, ସମାଜସେବୀ ଆଶିଷକେଡିଆ, ସମାଜସେବୀ ବିନୋଦ ବର୍ମା, ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଓ ନିର୍ଦ୍ଦେଶକ ପ୍ରମୁଖ ଶ୍ରୀ ପାଲ୍‌ଙ୍କ ଏହି ପ୍ରକାର ପ୍ରଚେଷ୍ଟାକୁଭୂୟସୀ ପ୍ରଶଂସା କରିଥିଲେ । ନୂତନ କରି ଢେଙ୍କାନାଳ ସହରରେ ଖୋଲାଯାଇଥିବା ଶ୍ରୀଚୈତନ୍ୟ ଉଚ୍ଚ ବିଦ୍ୟାଳୟ, ସରକାରୀ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ-ସିମିନଈ, ନୃତ୍ୟ ପଲ୍ଲବୀ ଡ୍ୟାନ୍ସ ଏକାଡେମୀ-ଯାଜପୁରର ଛାତ୍ରଛାତ୍ରୀ ବେଶ୍ ଚିତାକର୍ଷକ ନୃତ୍ୟପ୍ରଦର୍ଶନ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ । ଗୁରୁ ନୃତ୍ୟାଂଶୀ ସମ୍ମାନ ଏ ମାଟିର ଓଡିଶୀ ନୃତ୍ୟଶିଳ୍ପୀ ମଧୁସ୍ମିତା ସାହୁଙ୍କୁଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ମଂଚ ପରିଚାଳନା ଅନୁଷ୍ଠାନର ସଭ୍ୟା ସଂଧ୍ୟାରାଣୀ କାଣ୍ଡି କରିଥିବାବେଳେ ସଂପାଦକସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସମସ୍ତ ସଭ୍ୟସଭ୍ୟାମାନେ କାର୍ଯ୍ୟକ୍ରମରେ ବିଶେଷ ଭାବରେ ସାହାଯ୍ୟ ସହଯୋଗରହାତ ବଢାଇଥିଲେ ।

Leave A Reply

Your email address will not be published.

5 × four =