ରାଜ୍ୟ ୭ମ ପେନଚାକ୍ ସିଲାଟ ପ୍ରତିଯୋଗିତା ନିମନ୍ତେ ଢେଙ୍କାନାଳ ଜିଲ୍ଲାରୁ ୩ ପ୍ରତିଯୋଗୀ ମନୋନୀତ !

ଢ଼େଙ୍କାନାଳ : ରାଉଲକେଲା ସହରର ସେକ୍ଟର ୫ ସ୍ଥିତ ଭଞ୍ଜ ସାଂସ୍କୃତିକ ଟ୍ରଷ୍ଟ ହଲ ଠାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ନେଇ ପେନଚାକ୍ ସିଲାଟ ଆସୋସିଏସନ ଓଡିଶା ଦ୍ୱାରା ୭ମ ସର୍ବ କନିଷ୍ଠ, କନିଷ୍ଠ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା ଚଳିତ ମାସ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ଅନୁଷ୍ଠିତ ହେବ, ଏହି ଖେଳ ଓଡ଼ିଶା ଅଲମ୍ପିକ ଆସୋସିଏସନ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଛି । ଏହି ପ୍ରତିଯୋଗିତା ପାଇଁ ଢେଙ୍କାନାଳ ଜିଲ୍ଲାକୁ ଗୁରୁଦେବଜୀ ଗୁରୁକୁଳର ଛାତ୍ରଛାତ୍ରୀ ପ୍ରତିନିଧିତ୍ଵ କରିବା ପାଇଁ ୩୦ ତାରିଖ ଦିନ ରାଉରକେଲା ଗସ୍ତ କରିଛନ୍ତି । ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି ଏବଂ ପେନଚାକ ସିଲାଟ ଆସୋସିଏସନ ଢେଙ୍କାନାଳର ସମ୍ପାଦକ ତଥା ମୁଖ୍ୟ ପ୍ରଶିକ୍ଷକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ, ଆସୋସିଏସନର କର୍ମକର୍ତ୍ତା ପ୍ରମୁଖ ଆଜି ଟିମକୁ ପୁଷ୍ପଗୁଚ୍ଛ ସହିତ ଉତ୍ସାହିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ ଓ ଆଶା ରଖିଛନ୍ତି ଫେରିଲା ବେଳେ ଢେଙ୍କାନାଳ ପାଇଁ ପଦକ ଜିତି ଗୁରୁକୁଳ ତଥା ଜିଲ୍ଲା ପାଇଁ ଗୌରବ ହାସଲ କରିବା ହେବେ । ଏଥିରେ ଭାଗ ନେଉଥିବା ଖେଳାଳି ମାନେ ସେଣ୍ଟଜାଭିୟର୍ସ ହାଇ ସ୍କୁଲର ଶୁଭ୍ରାଂଶୁ ଶେଖର ସାହୁ, ବି.ବି. ହାଇ ସ୍କୁଲର ସୁରଜ ବାହାଦୂର ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରିୟା ବେହେରା ପ୍ରମୁଖ ସବ ଜୁନିୟର ଓ ଜୁନିୟର ବିଭାଗର ବିଭିନ୍ନ ଓଜନରେ ଭାଗନେବେ । ଏହି ଗ୍ରସ୍ତରେ ଟିମ ସହିତ କୋଚ୍ ଭାବରେ ଗୁରୁକୁଳର ପ୍ରଶିକ୍ଷକ ଡାର୍ଲିଂନ ଡାଲଟନ ଗସ୍ତ କରିଛନ୍ତି ।

Leave A Reply

Your email address will not be published.

twenty − ten =