ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ ଜାତୀୟ କ୍ରୀଡା ଦିବସ ପାଳିତ !

ଢ଼େଙ୍କାନାଳ : ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇତିହାସ ଅଧ୍ୟାପକ ପ୍ରଭାତ କୁମାର ଜେନା,ଅର୍ଥନୀତି ଅଧ୍ୟାପିକା ସଂଘମିତ୍ରା ମିଶ୍ର,ଇଂରାଜୀ ଅଧ୍ୟାପକ ଅନିଲ କୁମାର ଧୀର,ଶିକ୍ଷା ବିଭାଗ ଅଧ୍ୟାପକ ଅଲେଖ ଚନ୍ଦ୍ର ପାତ୍ର,ଇତିହାସ ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୂୟାଁ,ଶିକ୍ଷା ଅଧ୍ୟାପକ ହେମନ୍ତ ରାଉତ,ଅର୍ଥନୀତି ଅଧ୍ୟାପକ ଦୁର୍ଯୋଧନ ଜେନା,ବାଣିଜ୍ୟ ଅଧ୍ୟାପକ ଧାନି ମୁର୍ମୁ,ବାଣିଜ୍ୟ ଅଧ୍ୟାପକ ବିଳାସ ସେଠୀ,ଇଂରାଜୀ ଅଧ୍ୟାପକ ସୁକାନ୍ତ ସାହୁ,ଲାଇବ୍ରେରିଆନ ନନ୍ଦ କିଶୋର ଧୀର ଯୋଗଦେଇ ହକି ପୁରୁଷ ମେଜର ଧ୍ୟାନଚାନ୍ଦ ଙ୍କ ଜନ୍ମ ଦିନ କୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଇଥିବା ସମ୍ପର୍କରେ ଆଲୋଚନା କରିଥିଲେ।ବରିଷ୍ଠ କିରାଣୀ କୈଳାସ ଚନ୍ଦ୍ର ବେହେରା ଖେଳ ପରିଚାଳନା କରିଥିଲେ।ଏହି ଅବସରରେ ୧୯ ବର୍ଷରୁ କମ ରାଜ୍ୟ ମହିଳା କ୍ରିକେଟ ଦଳରେ ସ୍ଥାନ ପାଇଥିବା ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ଖୁସି ମୁଖୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରାଯାଇଥିଲା।

Leave A Reply

Your email address will not be published.

2 × 3 =