ଢେଙ୍କାନାଳର ଦୁଇ ଛାତ୍ର ଯୁବ ପ୍ରତିଭା ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନିତ !

ଢେଙ୍କାନାଳ: ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୮୦ତମ ଜନ୍ମବାର୍ଷିକୀ ଅବସରରେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ତଥା ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ସ୍ୱେଚ୍ଛାସେବୀ ଲିଟୁ ଦେହୁରୀଓ ଯୁବ ରେଡକ୍ରସ୍ (ୱାଇଆର୍‌ସି ) ର ସ୍ୱେଚ୍ଛାସେବୀ ସତ୍ୟପ୍ରକାଶ ସାହୁ ସମ୍ମାନିତ ହୋଇଛନ୍ତି । ନିଜର ଶିକ୍ଷାକ୍ଷେତ୍ର, ସାମାଜିକ ବିକାଶ ଓ ସଚେତନତାରେଉନ୍ନତ ପ୍ରଦର୍ଶନ ପାଇଁ ରାଜ୍ୟସ୍ତରୀୟ ରାଜୀବଗାନ୍ଧୀ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଉଭୟ ମହାବିଦ୍ୟାଳୟର ଅଗ୍ରଣୀ ଓ ମେଧାବୀ ଛାତ୍ରଅଟନ୍ତି । ଏଥିସହିତ ଉଭୟ ନିଜର ବଳକା ସମୟ ବାହାରକରି ଛାତ୍ର ଜୀବନରୁ ନିଜକୁ ସମାଜ ସେବାରେ ନିୟୋଜିତ କରି ଅନେକ ସାମାଜିକ ସଚେତନତାଓ ବିକାଶମୂଳକ କାର୍ଯ୍ୟ କରିଚାଲିଛନ୍ତି । ଯାହାଦ୍ୱାରା ସେମାନେ ଯୁବ ବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ଭାବେ ଅଭିହିତ ହୋଇଛନ୍ତି । ଏହି ସମ୍ମାନରେସମ୍ମାନିତ ହୋଇ ଉଭୟ ମହାବିଦ୍ୟାଳୟ ଓ ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ଉଭୟଙ୍କୁ ମହାବିଦ୍ୟାଳୟ ପକ୍ଷରୁ ତଥା ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି ।

Leave A Reply

Your email address will not be published.

seven − seven =