ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ରେ ଜାତୀୟ ମହାକାଶ ଦିବସ ପାଳିତ !

ଢେ଼ଙ୍କାନାଳ: ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜ୍ଞାନ ଅଧ୍ୟାପକ ଡ଼ ହରେକୃଷ୍ଣ ପଣ୍ଡା, ଡ଼ ସତ୍ୟନାରାୟଣ ଦାସ, ଅସିତ କୁମାର ସେଠୀ, ଶୁଭ୍ରସିଲକା ଦାସ ଯୋଗଦେଇ ଭାରତୀୟ ସ୍ପେସ ଏଜେନ୍ସି (ଇସ୍ରୋ)ଚତୁର୍ଥ ଦେଶ ଭାବେ ଗତବର୍ଷ ଆଜିର ଦିନରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲାଣ୍ଡିଂ କରିଥିଲା । ମହାକାଶ ଅନୁସନ୍ଧାନରେ ଭାରତ ମହତ୍ତ୍ୱପୂର୍ଣ୍ଣ ଅଗ୍ରଗତି କରୁଛି। ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେବା ସକାଶେ ମହାକାଶ ଦିବସ ପାଳନ ହେଉଛି ବୋଲି ଆଲୋକପାତ କରିଥିଲେ । ଅଧ୍ୟାପକ ପ୍ରଭାତ କୁମାର ଜେନା ଅଧ୍ୟାପକ ଅଲେଖ ପାତ୍ର, ଅଧ୍ୟାପକ ହେମନ୍ତ କୁମାର ରାଉତ ଓ ମୁଖ୍ୟ କିରାଣୀ କୈଳାଶ ଚନ୍ଦ୍ର ବେହେରା ସହଯୋଗ କରିଥିଲେ ।ଏହି ଅବସର ରେ ଏକ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

19 − 14 =