୧୯ ବର୍ଷରୁ କମ୍ ରାଜ୍ୟ ମହିଳା କ୍ରିକେଟ୍ ଦଳ ପାଇଁ ଭୁବନ ଖୁସି ମୁଖୀ ଚୟନ !


ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ୍ ଏ ସି ର ଖୁସି ମୁଖୀ ୧୯ ବର୍ଷ ରୁ କମ ମହିଳା କ୍ରିକେଟ ଦଳରେ ସାମିଲ ହୋଇଥିବା ଜଣାପଡିଛି। ଖୁସି ପାଇଁ ସାରା ଭୁବନର ଆନନ୍ଦର ଲହରୀ ପ୍ରକାଶ ପାଇଛି। ପ୍ରଥମ ଥର ପ୍ରଚେଷ୍ଟାରେ ନିଜ ସାଧନା ଓ କୋଚ ଙ୍କ ସହଯୋଗ ରେ ୧୯ ବର୍ଷରୁ କମ ରାଜ୍ୟ ମହିଳା କ୍ରିକେଟ ଦଳ ପାଇଁ ଚୟନ ହେବାକୁ କ୍ୟାମ୍ପକୁ ମନୋନୀତ ହେବା ପରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଖୁସି କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । ଖୁସି ଙ୍କ କୋଚ ରାଜେଶ ଜେନା ଙ୍କୁ ମଧ୍ୟ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଖୁସି ମୁଖି ର ଉଭୟ ବାପା ମା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ ଅଛନ୍ତି ।

Leave A Reply

Your email address will not be published.

eight − 2 =