ଗୁଣ୍ଡିଚାପଡ଼ାର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ !

ଢ଼େଙ୍କାନାଳ : ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ଗୁଣ୍ଡିଚାପଡ଼ାର ବିଭିନ୍ନ ସ୍ଥାନରେ ୭୮ତମ ସ୍ୱାଧୀନତା ଦିବସ ଅତି ଆନନ୍ଦ ଉଲ୍ଲାସର ସହ ପାଳନ କରା ଯାଇଅଛି।ଗୁଣ୍ଡିଚାପଡା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ମହାନ୍ତି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସଚିନ୍ କୁମାର ନାୟକ,ସାରଳା କ୍ଲବ ପରିସରରେ ସଭାପତି ମହିଉଦ୍ଦିନ୍ ଖାଁ ଙ୍କ ପ୍ରମୁଖ ଉପସ୍ଥିତରେ ମୌଲବୀ ମୁଜଫର ଖାଁ, ଅହମଦିୟା ଜାମେ ମସଜିଦ ଠାରେ ଅହମଦିୟା ମୁସଲିମ ସଭାପତି ସୁଲେମାନ ଅଲ୍ଲୀ ଖାଁ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ର ଛାତ୍ରୀ ତଥା ଜନ ସାଧାରଣଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଜାଗା ଜାଗାରେ ଦେଶାତ୍ମବୋଧକ ଗୀତ ଓ ଭାଷଣ ପରିବେଷଣ କରାଯାଇ ଥିଲା।

Leave A Reply

Your email address will not be published.

5 × 1 =