ଢେଙ୍କାନାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୭୮ତମସ୍ୱାଧୀନତା ଦିବସ ପାଳିତ !

ଢେଙ୍କାନାଳ – ସ୍ଥାନୀୟ ଢେଙ୍କାନାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ସରକାରୀ ବରିଷ୍ଠ ଯନ୍ତ୍ରୀ ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ କାର୍ଯ୍ୟକର୍ତା ପ୍ରତାପ କୁମାର ଜେନା ପ୍ୟାରେଡ୍ ଅଭିଭାଦନଗ୍ରହଣ କରି ଜାତୀୟ ପତାକା ଉତୋଳନ କରିଥିଲେ । ବିଦ୍ୟାଳୟର ସଭାପତି ବାବୁଚାନ୍ଦ ମହାଳିକ ଓ ସଂପାଦକ ଗଗନ ବିହାରୀ ନାୟକ ଉପସ୍ଥିତ ଥିଲେ । ମୁଖ୍ୟଅତିଥ ଶ୍ରୀ ଜେନା ସ୍ୱାଧୀନତା ସଂଗ୍ରାମୀମାନଙ୍କର ସ୍ମୃତିଚାରଣ କରିବା ସହିତ ଦେଶ ପାଇଁ ତାଙ୍କର ଆତ୍ମବଳିଦାନକୁ ଶିଶୁଭାଇଭଉଣୀମାନଙ୍କୁ ଆଲୋକପାତକରିଥିଲେ । ଏହି ବର୍ଣ୍ଣାଢ୍ୟ ଉତ୍ସବରେ ବିଦ୍ୟାଳୟର ସଭାପତି ଦେଶର ସ୍ୱାଧୀନତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଶିଶୁମାନଙ୍କୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନଗେନ୍ କୁମାର ଦାସ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଟ୍ରେଣ୍ଡସ୍ ତରଫରୁ ଆୟୋଜିତହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କବେଶରେ ସୁସଜ୍ଜିତ ହୋଇ ଢେଙ୍କାନାଳ ସହରକୁ ଝାଙ୍କି ଯାତ୍ରାରେ ପରିକ୍ରମା କରିଥିଲେ । ଘୋଷର ତାଳେ ତାଳେ ଶିଶୁ ଭାଇଭଉଣୀମାନେ ଶୋଭାଯାତ୍ରାରେଯାଇଥିବାବେଳ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ନଗେନ୍ କୁମାର ଦାସ ଓ ସହ ପ୍ରଧାନ ଆଚାର୍ଯ୍ୟା ଅରୁନ୍ଧତୀ ମହାପାତ୍ର ବାଲ୍ ଶହୀଦ୍ ବାଜି ରାଉତଙ୍କପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିବାବେଳେ ପରିଶେଷରେ ବିଦ୍ୟାଳୟର ସଂପାଦକଗଗନ ବିହାରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

2 + 20 =