ଭୁବନ ବ୍ଲକରେ ବ୍ଲକସ୍ତରୀୟ ମୋ ଢେଙ୍କାନାଳ ମହୋତ୍ସବ ୨୦୨୪ ଏବଂ ମୋ ପ୍ରତିଭା ମୋ ପରିଚୟ ପ୍ରତିଯୋଗିତା ଅନୁଷ୍ଠିତ !

ଢ଼େଙ୍କାନାଳ : ଭୁବନ ବ୍ଲକ ଏନଏସି ସ୍ଥିତ ନୂଆ ଭୁବନ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ୬ଷ୍ଠ ପ୍ରତିଷ୍ଠା ଦିବସ ଉପଲକ୍ଷେ ଗୁରୁଦେବଜୀ ଫାଉଣ୍ଡେସନ ତରଫରୁ ଭୁବନ ବ୍ଲକ ନିମନ୍ତେ ବ୍ଲକ ସ୍ତରୀୟ ମୋ ଢେଙ୍କାନାଳ ମହୋତ୍ସବ ଓ ମୋ ପ୍ରତିଭା ମୋ ପରିଚୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଯଥା ଚିତ୍ରାଙ୍କନ, ପ୍ରବନ୍ଧ, ବକ୍ତୃତା, ସଙ୍ଗୀତ, ନୃତ୍ୟ ଓ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ଭୁବନ ବ୍ଲକର ବିଭିନ୍ନ ସ୍କୁଲର ପ୍ରାୟ ୨୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇ ତାଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ ଏବଂ ଏଥିରେ ବିଚାରକ ରୂପେ ବିଜୟ କୁମାର ମିଶ୍ର, ମମତା ମହନ୍ତ, ଦୀପ୍ତିମୟୀ ବେହେରାଙ୍କ ସମେତ ବରିଷ୍ଠ ସଦସ୍ୟସଦସ୍ୟା ଯୋଗଦେଇ ପ୍ରତିଭାର ମୂଲ୍ୟାଙ୍କନ କରି ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ କୃତି ପ୍ରତିଯୋଗୀଙ୍କୁ ମୋନାନିତ କରିଥିଲେ । ଏହି ବ୍ଲକସ୍ତରୀୟ ମହୋତ୍ସବକୁ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଉଦ୍ଘାଟକ ତଥା ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏବିଇଓ ସୁମତି ପ୍ରଧାନ, ସମାଜସେବୀ ସମୀର କୁମାର ସାହୁ, ନୂଆ ଭୁବନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେଶ୍ୱର ବେହେରା ଏବଂ ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ପ୍ରମୁଖ ଯୋଗଦେଇ ଉଦ୍ଘାଟନ ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନ ଏନଏସିର ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ସାହୁ ଯୋଗ ଦେଇ ମୋ ଢେଙ୍କାନାଳର ଏହି ନିଆରା କାର୍ଯ୍ୟକ୍ରମ କରିଥିବାରୁ ଚ୍ୟାନେଲକୁ ଧନ୍ୟବାଦ୍ ଦେବା ସହ ଏହାର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କୁ ଭୂୟଂସି ପ୍ରଶଂସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ସ୍ଥାନୀୟ କାଉନସିଲର କୃପାସିନ୍ଧୁ ବେହେରା ଯୋଗଦେଇ ମୋ ଢେଙ୍କାନାଳର ଏହି ପ୍ରୟାସକୁ ସ୍ୱାଗତ ଜଣାଇବା ସହ ସାଧୁବାଦ ଜଣାଇଥିଲେ । ଗୁରୁଦେବଜୀ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ମୋ ଢେଙ୍କାନାଳର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ପ୍ରଥମେ ମୋ ଢେଙ୍କାନାଳର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିବା ପରେ ସମସ୍ତ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ସଦସ୍ୟସଦସ୍ୟା ଓ ସହଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ଓ କହିଥିଲେ ଜିଲ୍ଲା ପ୍ରତି ସମର୍ପିତ ହୋଇ ସମସ୍ତେ ପ୍ରେମରେ କୁହନ୍ତୁ ମୋ ଢେଙ୍କାନାଳ ! ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ପ୍ରଜ୍ଞା ପାଲ, ଶିକ୍ଷକ ନୃସିଂହ ସାହୁ, ଦୁଷ୍ମନ୍ତ ମହାରଣା ଗୁରୁଦେବଜୀ ଫାଉଣ୍ଡେସନର ଜଗନ୍ନାଥ ନାୟକ, ପ୍ରତାପ ନାଏକ, ଲକ୍ଷ୍ମୀପ୍ରିୟା ସାହୁ, ଦୀପ୍ତିମୟୀ ଆଚାର୍ଯ୍ୟ ଓ ତୃପ୍ତିମୟୀ ସାହୁଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ସଦସ୍ୟ ଇନ୍ଦ୍ରଜିତ ସାହୁ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସଦସ୍ୟା ତଥା ଶିକ୍ଷୟିତ୍ରୀ ପ୍ରଭାତ ନଳିନୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

2 × two =