ଭୁବନ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ !

ଢ଼େଙ୍କାନାଳ: ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ କଲ୍ୟାଣ ସମିତି ବୈଠକ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଡାକ୍ତର ରମେଶ କୁମାର ସାହୁ ଙ୍କ ଆହ୍ବାନ କ୍ରମେ କାମାକ୍ଷାନଗର ବିଧାୟକ ଶ୍ରୀ ଶତ୍ରୁଘ୍ନ ଜେନା, ନଗରପାଳ ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ, ରୋଗୀ କଲ୍ୟାଣ ସମିତିର ମନୋନୀତ ସଭ୍ୟ ଗଣେଶ୍ୱର ନାୟକ, ନିର୍ମଳ ଗୁରୁ, ମନୋରଞ୍ଜନ ସାହୁ, ସଭ୍ୟା ସିନି ମହାରଣା ସିଡିପିଓ ଭଗବତୀ ଗୁରୁ, ଶିକ୍ଷା ବିଭାଗ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର ଉପସ୍ଥିତ ଥିଲେ । ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ଆଲୋଚନା କରାଯାଇଥିଲା । ଆର୍ଥିକ ବର୍ଷ ୨୦୨୪/୨୫ ପାଇଁ ୧୨.୨୫.୫୦୦ (ବାର ଲକ୍ଷ୍ ପଚିଶି ହଜାର ପାଞ୍ଚଶହ) ଟଙ୍କାର ବଜେଟ ପାସ କରାଗଲା l ଗତ ଆର୍ଥିକ ବର୍ଷର ଖର୍ଚ୍ଚ ହୋଇଥିବା ୨୦୨୩/୨୪ ବର୍ଷର ୭,୮୫,୫୪୩ ପାସ କରାଗଲା l ଡାକ୍ତରଖାନା ପରିସରରେ ଥିବା ୪ର୍ଥ ଶ୍ରେଣୀ ଷ୍ଟାଫ୍ କ୍ୱାଟର ୨୦୧୦ ମସିହା ରେ ଆରମ୍ଭ ହୋଇଥିଲା । ୧୪ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ ହୋଇ ପାରିଲା ନାହିଁ। ଏବେ ବିଧାୟକ ଏହି କାର୍ଯ୍ୟ କୁ ପୂର୍ତ୍ତ ବିଭାଗ ଦ୍ଵାରା ଶେଷ କରାଯିବ ବୋଲି କହିଥିଲେ। ଶିଶୁ ବିଶେଷଜ୍ଞ , ଭେଷଜ ବିଶେଷଜ୍ଞ, ମୋଟର ସାଇକେଲ ଷ୍ଟାଣ୍ଡ, ଥଣ୍ଡା ଓ ଗରମ ପାଣି ମେସିନ ଆଦି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ହିସାବ ପରିଚାଳକ ଶୁଭକାନ୍ତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

3 × 2 =