ଭୁବନ ରେ ୭୮ ତମ ସ୍ବାଧିନତା ଦିବସ ପାଳିତ !

ଭୁବନ ର ବିକାଶ ପାଇଁ ସହଯୋଗ କରାଯିବ : ବିଧାୟକ ଢ଼େଙ୍କାନାଳ : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ( ମିନି ଷ୍ଟାଡିୟମ ) ଠାରେ ୭୮ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ । ଦେଶର ଏକତା ,ଅଖଣ୍ଡତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶ୍ରୀଯୁକ୍ତ ଜେନା କହିଥିଲେ ଯେ,ବିଭିନ୍ନତା ମଧ୍ୟରେ ଏକତା ହେଉଛି ଆମ ଦେଶର ମୂଳମନ୍ତ୍ର । ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ ଏବଂ ଗଣତନ୍ତ୍ର ର ଆତ୍ମା । ନିଜର କର୍ତ୍ତବ୍ୟ କୁ ନିଷ୍ଠାର ସହ ପାଳନ କରି ଆମ ସମ୍ବିଧାନ ର ଗାରିମା ବଜାୟ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ଭୁବନ ଏନ୍ ଏ ସି ଏବେ ଦୃତ ବିକାଶ ପଥରେ ଆଗେଇ ଚାଲିଛି । ଏହାକୁ ରାଜ୍ୟର ଶ୍ରେଷ୍ଠ ଏନ୍ ଏ ସି ଭାବେ ଗଢି ତୋଳିବାକୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଯୋଗଦେଇ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟରେ ଏନ୍ ଏ ସି ରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରି ଦୃତ ବିକାଶ ପାଇଁ ବିଧାୟକ ଙ୍କ ସହଯୋଗ କାମନା କରିଥିଲେ । କୃତି ପ୍ରତିଯୋଗୀ ,ଶ୍ରେଷ୍ଠ ବିଦ୍ୟାର୍ଥୀ ଓ ସମାଜସେବୀ ଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁରୂପ ଭାବେ ଏନ୍ ଏ ସି କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା,ସମସ୍ତ କାଉନସିଲର ଓ କର୍ମଚାରୀ ଙ୍କ ଉପସ୍ଥିତିରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଭୁବନ ତହସିଲ କାର୍ଯ୍ୟାଳୟ ରେ ତହସିଲଦାର ଶିରୀୟଲ ଶୁଭ୍ର ପଟେଲ ,ପଞ୍ଚାୟତ ସମିତି ରେ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ, ଥାନାରେ ଆଇ ଆଇ ସି ମନସ୍ଵିନୀ ମହାନ୍ତି, ବନ ବିଭାଗ କାର୍ଯ୍ୟାଳୟ ରେ ରେଞ୍ଜର ରାକେଶ କୁମାର ଦଳେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

Leave A Reply

Your email address will not be published.

six + eighteen =