ନିରୁଦ୍ଦିଷ୍ଟ ଅସହାୟ ମାନସିକ ବିକାର ଗ୍ରସ୍ତ ମଣିଷ କୁ ଉଦ୍ଧାର କଲା ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ(ଜନ ମଙ୍ଗଳ) ରାସୋଳ !

ଢ଼େଙ୍କାନାଳ : ସଂନ୍ଧ୍ୟା ସମୟ ରେ ଜନୈକ ମାନସିକ ବିକାର ଗ୍ରସ୍ତ ଦୁର୍ବଳ ରୋଗୀ ରାସୋଳ ଚିତଲପୁର ରାସ୍ତା ରେ ଅନ୍ଧାର ରାତ୍ରିରେ ଏକୁଟିଆ ଅତି ଦୟନୀୟ ଅଵସ୍ଥା ରେ ରାସ୍ତା କଡରେ ବସିଥିବା ବେଳେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ସଂଗଠନର ରାମକୃଷ୍ଣ ବୈଦ୍ୟ ଓ ଶୈଳେନ୍ଦୂ ଶେଖର ନାୟକ ଙ୍କର ଦୃଷ୍ଟିଗୋଚର ହୋଇଥିଲା। ସଂଗେସଂଗେ ପ୍ରତିଷ୍ଠାତା ବିଭୁ ଶତପଥୀ ଙ୍କୁ ଜଣାଇବା ସହିତ ଶୈଳେନ୍ଦୁ ଭାଇ ଲୋକ‌ଟି ପାଇଁ କିଛି ଶୁଖିଲା ଖାଦ୍ୟ ପାନୀୟ ର ବ୍ୟବସ୍ଥା କରିଥିଲେ ।ରାସୋଳ ପୋଲିସ ଷ୍ଟେସନ କୁ ଯାଇ ଲୋକ ଟିକୁ ଚିହ୍ନଟ କରାଯାଇ ତାର ଘରେ ପହଞ୍ଚାଇବା ପାଇଁ ଅନୁରୋଧ କରାଯିଵା ପରେ ଅସହାୟଲୋକ ଟି ପାଖରେ କୌଣସି ପରିଚୟ ପତ୍ର ନଥିବା ବେଳେ କହିବା ଅନୁଯାୟୀ ନାମ ବୃନ୍ଦାବନ ସାହୁ,ଗ୍ରାମ ପାଞ୍ଚଗାଁ,ତିଗିରିଆ ବୋଲି କହୁଥିବା ବେଳେ ତା ପାଖରୁ ତାର ପରିବାର ବର୍ଗଙ୍କ ସୂଚନା ମଧ୍ୟ ମିଳି ପାରି ନଥିଲା । ପରିସ୍ଥିତି କୁ ଅନୁଧ୍ୟାନ କରି ତାର ବକ୍ତବ୍ୟ କୁ ଆଧାର କରି ରାସୋଳ ଥାନା ଭାର‌ ପ୍ରାପ୍ତ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଥାନା ର ଓଆଇସି ପ୍ରତାପ କୁମାର ଦଳେଇ,ଏସ୍ଆଇ ପ୍ରଭଞ୍ଜନ ମହାନ୍ତି,ଥାନା ଗାଡି ଚାଳକ ସୂର୍ଯ୍ୟକାନ୍ତ ପ୍ରଧାନ ଙ୍କ ସମେତ ଜନ ମଙ୍ଗଳ (ରାସୋଳ) ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ ଓ ରାମକୃଷ୍ଣ ଙ୍କର ଏକ ମିଳିତ ଦଳ ଦ୍ବାରା ଅସହାୟ ଵୃନ୍ଦାବନ ସାହୁ ଙ୍କୁ ରାସୋଳ ପୋଲିସ ଷ୍ଟେସନ ର ନିଜସ୍ୱ ଯାନ ରେ ନିଆ ଯାଇ ୩୫କିଲୋମିଟର ଦୂର ପାଞ୍ଚଗାଁ ସ୍କୁଲ ନିକଟ ରେ ଥିବା ନିଜସ୍ୱ ଘରେ ପରିବାର ବର୍ଗଙ୍କଠାରୁ ଲିଖିତ ଗ୍ରହଣ ପତ୍ର ସଂଗ୍ରହ କରାଯାଇ ହସ୍ତାନ୍ତର କରା ଯାଇଛି। ପ୍ରକାଶ ଥାଉ କି ବୃନ୍ଦାବନ ସାହୁ ର ସ୍ତ୍ରୀ ବହୁଦିନରୁ ମୃତ୍ୟୁ ବରଣ କରିଥିବା ବେଳେ ନିଜର‌ ସନ୍ତାନ‌ସନ୍ତତି କେହି ନାହାଁନ୍ତି।ତାଙ୍କର ଦୁଇ ଭାଇ ପାଳିକରି ତାଙ୍କର ଯତ୍ନ ନେଉଥିଲେ ହେଲେ ଗତ ଛଅ ଦିନ‌ ହେଲା ନିରୁଦ୍ଦିଷ୍ଟ ଥିଲେ।ପୁତୁରା ମନୋଜ ସାହୁ ଙ୍କ ଦ୍ଵାରା ତିଗିରିଆ ପୋଲିସ ଷ୍ଟେସନ ରେ ମିସିଙ୍ଗ କେସ୍ ଫାଇଲ୍ ମଧ୍ୟ ହୋଇଥିଲା। ଅସହାୟ ବୃନ୍ଦାବନ ସାହୁ ଙ୍କୁ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିବା ପରେ ପରିବାର ବର୍ଗ ଖୁସି ସହିତ କୃତଜ୍ଞତା ଜ୍ଞାପନ କରିଥିଲେ।ରାସୋଳ ପୋଲିସ ତରଫରୁ ଏତାଦୃଶ ସାହାଯ୍ୟକାରୀ ପଦକ୍ଷେପ ତଥା ସହଯୋଗ ପାଇଁ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ଜନ ମଙ୍ଗଳ ରାସୋଳ ସଂଗଠନ ତରଫରୁ ମଧ୍ୟ ଧନ୍ୟବାଦ ପ୍ରଦାନ ପୂର୍ବକ କୃତଜ୍ଞତା ଞ୍ଜାପନ କରାଯାଇଛି।

Leave A Reply

Your email address will not be published.

two + five =