ଢେଙ୍କାନାଳ ବିଜେପି ପାଳନ କଲା ବିଭାଜନ ବିଭିଷିକା ସ୍ମୃତି ଦିବସ !

ଢେଙ୍କାନାଳ : ଢେଙ୍କାନାଳ ବିଜେପି ଅଗଷ୍ଟ ୧୪କୁ ବିଭାଜନ ବିଭିଷିକା ଦିବସ ଭାବେ ଆଜି ସ୍ଥାନୀୟ ଜିଲ୍ଲା ବିଜେପି କାର୍ଯ୍ୟାଳୟରେପାଳନ କରିଛି । ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ପ୍ରବକ୍ତା ଅନିଲୁ କୁମାରବିଶ୍ୱାଳ ମୁଖ୍ୟ ଅତିଥି ଓ ବରିଷ୍ଠ ଆଇନ୍‌ଜୀବୀ ଦୀପ୍ତିଶ ପ୍ରସାଦ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ୧୯୪୭ରେ ଭାରତ ବିଭାଜନଦେଶର ଇତିହାସର ଏକ କଳା ଦିବସ । ଅଖଣ୍ଡ ଭାରତ ବଦଳରେ ଦୁଇଟି ଭିନ୍ନ ଭିନ୍ନ ରାଷ୍ଟ୍ର ଧର୍ମ ଆଧାରରେ (ହିନ୍ଦୁ-ମୁସ୍‌ଲିମ୍‌) ବିଭାଜନକରାଗଲା । ଏହାପରର ଘଟଣା ଅତି ଦୁଃଖଦ ଥିଲା । ଏକତା ବଦଳରେ ଅରାଜକତା ଓ ହିଂସ୍ର ବ୍ୟାପିଥିଲା । ୫ଲକ୍ଷ ହିନ୍ଦୁଙ୍କୁ ଅତି ନୃସଂସ ଭାବେହତ୍ୟା କରାଯାଇଥିଲା । ମହିଳାମାନଙ୍କୁ ଅପହରଣ କରିବା ସହ ବଳାତ୍କାର କରାଯାଇଥିଲା । ଏ ବିଷୟରେ ଭାବିଲେ ଲୋମ ଟାଙ୍କୁରି ଉଠେ ।ଅଖଣ୍ଡ ଭାରତକୁ ଧାର୍ମିକ ରୂପରେ ବିଖଣ୍ଡିତ କରିବାକୁ ଆମର ବୀର ସେନାନିମାନେ ନିଜର ପ୍ରାଣବଳୀ ଦେଇନଥିଲେ । ଆମ୍ଭର ମାତୃଭୂମି ପାଇଁଜୀବନ ଦେଇଥିବା ବୀରମାନଙ୍କ ସ୍ମୃତି ପାଇଁ ଅଗଷ୍ଟ ୧୪କୁ ବିଭାଜନ ସ୍ମୃତି ଦିବସ ଭାବେ ପାଳନ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି ।ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପ୍ରତ୍ୟେକ ଭାରତୀୟଙ୍କ କର୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ସନାତନ ବେହେରା, ଜିଲ୍ଲା ସାଧାରଣ ସଂପାଦକ ସୁନିଲ୍ ଶର୍ମା, ଜିଲ୍ଲା ମିଡିଆ ପ୍ରଭାରୀ ନବ କିଶୋର ଗୁରୁ, ବରିଷ୍ଠ ନେତା ହର୍ଷବର୍ଦ୍ଧନ ସିଂହଦେଓ, ଅକ୍ଷୟକୁମାର ମହାନ୍ତି ମଂଚାସୀନଥିବାସ୍ଥଳେ ବରିଷ୍ଠ ନେତା ଦୀପକ ପ୍ରସାଦ ପଟ୍ଟନାୟକ, ରମେଶ ଚନ୍ଦ୍ର ସାମଲ, ପଦ୍ମଭୂଷଣ ସାହୁ, ନିରଞ୍ଜନ ଦାସ,ମଧୁସ୍ମିତା ପୁହାଣ, ମାଳବିକା ସ୍ୱାଇଁ, ଉଲି ନାୟକ, ସନ୍ତୋଷ ବେହେରା, ସନ୍ତୋଷ ମହାଖୁଡ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

sixteen + 4 =