ଢେଙ୍କାନାଳ ବିଜେପି ଯୁବମୋର୍ଚ୍ଚା ତରଫରୁ ତ୍ରିରଙ୍ଗା ଯାତ୍ରା !

ଢେଙ୍କାନାଳ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଜନସାଧାରଣଙ୍କ ମନରେ ଦେଶପ୍ରେମ ଓ ଜାତୀୟତା ଭାବ ଜାଗ୍ରତକରିବା ପାଇଁ ଅଗଷ୍ଟ ୧ ରୁ ୧୪ ପର୍ଯ୍ୟନ୍ତ ଦେଶ ସାରା ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ଆଜି ଢେଙ୍କାନାଳବିଜେପି ଯୁବମୋର୍ଚ୍ଚା ତରଫରୁ ଜିଲ୍ଲା ସଭାପତି ମହାଦୀପ ଯଶୋବନ୍ତ ମହିମାଙ୍କ ନେତୃତ୍ୱରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନକରାଯାଇଥିଲା । ଆଜି ପୂର୍ବାହ୍ନ ୧୧ ଘଟିକାରେ ୫୦୦ରୁ ଉର୍ଦ୍ଧ୍ୱ ମୋଟରସାଇକେଲ୍‌ରେ କାର୍ଯ୍ୟକର୍ତାମାନେ ତ୍ରିରଙ୍ଗା ପତାକା ଧରି ବିଭିନ୍ନଦେଶାତ୍ମବୋଧ ନାରାମାନ ଦେଇ ସହରର ମୁଖ୍ୟ ରାସ୍ତାରେ କଲେଜ୍ ବାଇପାସ୍‌ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟକୁ ଏକ ବିଶାଳ ଶୋଭାଯାତ୍ରାରେଯାଇଥିଲେ । ମ୍ୟୁନିସିପାଲିଟି ନଗରପାଳିକା ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତ୍ରିରଙ୍ଗା ମାଧ୍ୟମରେ ଜାତୀୟତା ଏକତା ଭାବ,ରାଷ୍ଟ୍ରବାଦ ପ୍ରଚାର କରିବା ସହ ଦେଶପ୍ରେମ ଜାଗ୍ରତ କରିବା ପାଇଁ ତ୍ରିରଙ୍ଗା ଯାତ୍ରାର ଉଦ୍ଦେଶ୍ୟ ବୋଲି କହିଥିଲେ । ଜିଲ୍ଲା ସଭାପତି ନରେଶ ଚନ୍ଦ୍ରମହାପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ତ୍ରିରଙ୍ଗା ପତାକା ଦେଖାଇ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟକୃଷକ ମୋର୍ଚ୍ଚା ପୂର୍ବତନ ଉପସଭାପତି ରାମଚନ୍ଦ୍ର ପାତ୍ର, ପୂର୍ବତନ ନଗରପାଳ ସୁନିଲ୍ ଶର୍ମା, ଜିଲ୍ଲା ମିଡିଆ ପ୍ରଭାରୀ ନବ କିଶୋର ଗୁରୁ, ଜିଲ୍ଲାଉପସଭାପତି ମାତୃପ୍ରସାଦ ନନ୍ଦ, ସନାତନ ବେହେରା, ଜିଲ୍ଲା ସାଧାରଣ ସଂପାଦକ ରତିକାନ୍ତ ସାହୁ, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମମତାସ୍ୱାଇଁ, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସତ୍ୟରଞ୍ଜନ ଭୂୟାଁ, ରମ୍ୟରଞ୍ଜନ ମହାପାତ୍ର, ବରିଷ୍ଠ ନେତା ଦୀପକ ପ୍ରସାଦ ପଟ୍ଟନାୟକ, ରମେଶଚନ୍ଦ୍ର ସାମଲ, ଅକ୍ଷୟ କୁମାର ମହାନ୍ତି, କାଉନ୍‌ସିଲର୍ ନିରୋଦ କୁମାର ସାହୁ, ସୂର୍ଯ୍ୟପ୍ରତାପ ରାଉତ, ବଳରାମ ସେଠୀ, ଜିଲ୍ଲା ଅନୁସୂଚିତ ଜାତିସଭାପତି ଲକ୍ଷ୍ମୀଧର ଦଳେଇ, ପଦ୍ମଭୂଷଣ ସାହୁ, ନିରଞ୍ଜନ ଦାସ, ବିଘ୍ନେଶ୍ୱର ଦୋରା, ଧୃବ ଚରଣ ସ୍ୱାଇଁ, ବିକାଶ ସାହୁ, ଉଲି ନାୟକ, ସୋନିସାହୁ, ସୁଚିତ୍ର ବେହେରା, ମଧୁସ୍ମିତା ପୁହାଣ, ମାଳବିକା ସ୍ୱାଇଁ, ଦୀପୁ ପଟ୍ଟନାୟକ, ପପୁ ପାଣି, ରଞ୍ଜିତ୍ ବିଶାଲ୍‌, ମହାଦେବ ପାତ୍ର, ସନ୍ତୋଷବେହେରା, ସନ୍ତୋଷ ମହାଖୁଡଙ୍କ ସମେତ ଏକ ହଜାରରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

ten + 18 =